କଡ଼ାକଡ଼ି ହେବ ସପ୍ତାହନ୍ତ ସଡ଼ଡାଉନ, ଚେକିଂ ପାଇଁ ଟ୍ବିନ ସିଟିରେ ୬୮ ଜାଗାରେ ଲାଗିବ ନାକା

କେନ୍ୟୁଜ୍(ବ୍ୟୁରୋ):  ସପ୍ତାହାନ୍ତ ସଟ୍ ଡାଉନକୁ ନେଇ ପ୍ରେସ ମିଟ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସପ୍ତାହାନ୍ତ ସଟଡାଉନକୁ ଟ୍ବିନ ସିଟି  ବାସି ଠିକ ଭାବେ ପାଳନ କରିବା ନେଇ ପ୍ରେସ ମିଟରେ ନିବେଦନ କରିଛନ୍ତି କମିଶନର। ନିର୍ଦ୍ଧିଷ୍ଟ  କିଛି ଅତ୍ୟାବଶ୍ୟକୀୟ ସେବାକୁ  ବାଦ ଦେଲେ ସାଧାରଣ ଯା’ଆସକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଅତ୍ୟାବଶ୍ୟକୀୟ ସେବା ପାଇଁ ପାଇଁ  କୌଣସି ପ୍ରତିବନ୍ଧକ ନାହିଁ, ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯା’ଆସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଠିକ୍ ଭାବେ ଚେକିଂ କରି ଛାଡ଼ିବେ।  ଶୁକ୍ରବାର ରାତି ୯ଟା ଠାରୁ  ସେମାବାର ସକାଳ ୫ଟା ଯାଏଁ ସପ୍ତାହାନ୍ତ ସଟଡାଉନ ଜାରି ରହିବ।

ସଟଡାଉନକୁ କଡ଼ାକଡ଼ି କରିବା ପାଇଁ  କଟକରେ ୨୫ ଜାଗାରେ ନାକା ଓ ଭୁବନେଶ୍ବରରେ  ୪୩ ନାକା କରାଯାଇଛି  । ଲୋକଙ୍କ ଯା’ଆସକୁ ଚେକିଂ କରାଯିବ। ଯେଉଁମାନେ ନିହାତି ଆବଶ୍ୟକ ସ୍ଥଳେ ଯିବାକୁ ଚାହୁଁଥିବେ ସେମାନଙ୍କ ଯିବା ଆସିବକୁ ନାକାରେ ଥିବା ଅଫିସର ଠିକ୍ ଭାବେ ଯାଞ୍ଚ କରି ଛାଡ଼ିବେ। ଏହି ସପ୍ତାହନ୍ତ ସଟଡାଉନରେ  ପିସିଆର ଭ୍ୟାନ, ଥାନା ଗାଡ଼ି ଓ ଏସିପିଙ୍କ ଗାଡ଼ି ଗୁଡ଼ିକୁ  ପାଟ୍ରୋଲିଂରେ ନିୟୋଜିତ କରାଯାଇ କଡ଼ାକଡ଼ି ଚେକିଂ  କରାଯିବାକୁ  ନିର୍ଦ୍ଦେଶ ଦିଆଯାଇଛି। କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ଅଛନ୍ତି  । ସେହିଭଳି ଭୁବନେଶ୍ବରରେ ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସର ନିୟୋଜିତ ଅଛନ୍ତି ସପ୍ତାହାନ୍ତ ସଟଡାଉନକୁ ଚେକିଂ କରିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.