କୋଲକାତା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଦନ୍ତରେ ସହଯୋଗ କରନ୍ତୁ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟ

କୋଲକାତା : ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସାରଦା ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଆଗରେ ହାଜର ହେବେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଏଥିସହ ତଦନ୍ତରେ ସହଯୋଗ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଘାଳୟର ସିଲଂରେ ରାଜୀବ କୁମାର ସିବିଆଇ ଆଗରେ ହାଜର ହେବେ । ତେବେ ଏବେ ରାଜୀବ କୁମାରଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ପ୍ରଧାନ ବିଚରାପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।

ଆଟର୍ଣ୍ଣି ଜେନେରାଲ କହିଥିଲେ ସାରଦା ଚିଟଫଣ୍ଡ ଠକେଇ ଘଟଣାରେ କୋଲକାତା ପୋଲିସ କମିଶନର ରାଜୀବ କୁମାର ମାମଲାର ସିଠିତ ତଦନ୍ତ କରିନାହାନ୍ତି । ସିବିଆଇକୁ ଦିଆଯାଇଥିବା କଲ ଡିଟେଲ୍ସକୁ ଏପଟ ସେପଟ କରାଯାଇଛି । ଏପଟେ ପୋଲିସକୁ ଅଯଥାରେ ହଇରାଣ କରାଯାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଯୁକ୍ତି ବାଢିଥିଲେ । ସେପଟେ ଅଦାଲତ ଅବମାନନା ମାମଲାରେ କୋଲକତା ପୋଲିସ କମିଶନର, ପଶ୍ଚିମବଙ୍ଗ ପୋଲିସି ଡିଜି ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି ।

Mamta-1

ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଇଛନ୍ତି । ଏହା ନୈତିକତାର ବିଜୟ ବୋଲି କହିଛନ୍ତି ମମତା ବାନାର୍ଜୀ । ମମତା କହିଛନ୍ତି, ରାଜ୍ୟର କାମରେ କେନ୍ଦ୍ର ହସ୍ତକ୍ଷେପ କରୁଛି । ସିବିଆଇ ବିନା ନୋଟିସରେ କମିଶନରଙ୍କ ଘରକୁ ଯାଇଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ମମତା ଅଭିଯୋଗ କରିଛନ୍ତି । ମୋଦି ହଟାଅ, ଦେଶ ବଞ୍ଚାଅ ବୋଲି ମମତା ବାନାର୍ଜୀ କହିଛନ୍ତି । ପଶ୍ଚିମବଙ୍ଗରେ ସିବିଆଇ ଝାମ୍ପ ମାରିବା ପରେ କେନ୍ଦ୍ର ବିରୋଧରେ ୩ ଦିନ ହେଲା ସତ୍ୟାଗ୍ରହ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଂଗ୍ରେସ ସମେତ ବିଜେପି ବିରୋଧୀ ଦଳଗୁଡ଼ିକ ମମତାଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.