ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି କୋଲକାତା ଫେରିଯିବେ ଦିଦି, ଆଉ କିଛି ସମୟ ପରେ ନବୀନଙ୍କୁ ଭେଟିବେ

ହକି ବିଶ୍ୱକପ୍‌ ସମୟରେ ନବୀନ ପଟ୍ଟନାୟକଙ୍କ ତରଫରୁ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଆସି ପାରିନଥିଲେ । ତେଣୁ ଏଥର ଗସ୍ତରେ ନବୀନଙ୍କୁ ସାକ୍ଷାତ କରିବେ ।

ଭୁବନେଶ୍ବର(କେନ୍ୟୁଜ୍): ଆଉ କିଛି ସମୟ ପରେ ନବୀନଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ମମତା । ନବୀନ ନିବାସରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି କୋଲକାତା ଫେରିଯିବେ ଦିଦି । ଦୁଇ ରାଜ୍ୟ ମୁଖ୍ୟଙ୍କ ଭେଟଘାଟକୁ ନେଇ ରାଜନୈତିକ ଉତ୍କଣ୍ଠା ବଢୁଛି ।

ମମତା କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ । ହକି ବିଶ୍ୱକପ୍‌ ସମୟରେ ନବୀନ ପଟ୍ଟନାୟକଙ୍କ ତରଫରୁ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଆସି ପାରିନଥିଲେ । ତେଣୁ ଏଥର ଗସ୍ତରେ ନବୀନଙ୍କୁ ସାକ୍ଷାତ କରିବେ । ସାକ୍ଷାତ ସମୟରେ ବିଭିନ୍ନ ବିକାଶମୂଳକ କାମ ଓ ପୁରୀରେ ବଙ୍ଗଳା ନିବାସ ଉପରେ ଆଲୋଚନା କରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Leave A Reply

Your email address will not be published.