ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ : ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି , ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ସମନ୍ଵୟ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ବନ୍ଦ କରାଯାଉଛି। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଜଡ଼ା, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ଏହି ବନ୍ଦ ପାଳନ କରାଯାଉଛି। ସ୍କୁଲ, କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି।