ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ତରଫରୁ ନୂଆଁଖାଇ ଭେଟଘାଟ ୨୦୨୪ ବହୁ ଧୁମଧାମରେ ପାଳନ କରାଯାଇଛି। ବୀର ସାବରକର ଭବନ ଦାଦରରେ ଆୟୋଜିତ ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ଡାକ୍ତର ସପନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମାୟାନଗରୀ ମୁମ୍ବାଇରେ ରହୁଥିବା ଅନେକ ପ୍ରବାସୀ ଓଡ଼ିଆ ପରିବାର ନୂଆଁଖାଇ ଭେଟଘାଟକୁ ଉପଭୋଗ କରିବା ସହ ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ମୁମ୍ବାଇରେ ଶୁଣିବାକୁ ମିଳିଥିଲା ଘୁମୁରା, ବଜାସାଲର କମ୍ପନ। ପଶ୍ଚିମ ଓଡ଼ିଶାର ରଙ୍ଗଫରୁଆ ଅନୁଷ୍ଠାନ ତରଫରୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିଣିଥିଲା।.