ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ୍‌ ଡାକରା

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ୍‌ ଡାକରା । ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ ପକ୍ଷରୁ ଏହି ବନ୍ଦ୍‌ ଡାକରା ଦିଆଯାଇଛି । ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଓ ଦେବଗଡ଼ରେ ବନ୍ଦର ପ୍ରଭାବ ପଡ଼ିବ । ସବୁ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ ଏବଂ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ ବୋଲି ଓକିଲ ସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ବସ୍‌, ଟ୍ରକ ଓ ଅଟୋ ମାଲିକ ସଂଘ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।