ଜଳେଶ୍ୱର : ଦଶ କ୍ୱିଣ୍ଟାଲରୁ ଅଧିକ ଓଜନର ତିମି, ଦେଖିବାକୁ ଲୋକଙ୍କ ଭିଡ଼

ଜଳେଶ୍ବର (କେ ନ୍ୟୁଜ୍‌) : ମିଳିଛି ଏକ ବିଶାଳକାୟ ତିମିର ମୃତଦେହ । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଳକା ନଦୀର ବରଡିହା ଘାଟ ନିକଟରେ ଏହି ବିରାଟ ମୃତ ତିମି ମାଛର ମୃତଦେହ ଦେଖିବାକୁ ମିଳିଛି । ମାଛଟିର ଓଜନ ୧୦ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମୃତ ତିମି ମାଛଟି ନଦୀକୂଳରେ ଲାଗିଥିବାର ଦେଖି ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ । ଏହି ମାଛଟି ଜଳକା ନଦୀ ସ୍ରୋତରେ ଭାସି ଆସିବା ପରେ କୌଣସି କାରଣରୁ ତାର ମୃତ୍ଯୁ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । ଏହି ବିଶାଳକାୟ ମାଛଟିକୁ ଦେଖିବା ପାଇଁ ନଦୀକୂଳରେ ଲୋକଙ୍କ ଭିଡ ଜମୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.