ଟ୍ରକ୍‌ ଚାଳକଙ୍କ ଡ୍ରାଇଭିଂ ଟେଷ୍ଟ, ପରିବହନ କାର୍ଯ୍ୟାଳୟର ଗେଟ୍‌ ଚାଲିଗଲା ଟ୍ରକ୍‌ ଡାଲାରେ

ଵଲାଙ୍ଗିର (କେନ୍ୟୁଜ୍‌) : ଡ୍ରାଇଭିଂ ଟେଷ୍ଟରେ ଆସିଥିଲେ ଜଣେ ଟ୍ରକ୍‌ ଡ୍ରାଇଭର୍‌ । ସେ ଏମିତି କାମ କଲେ ଯେ ଏକାଥରେ ପାସ୍‌ । ଆପଣ ଟିକେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । କାରଣ ମନରେ ଉତ୍କଣ୍ଠା ଜଗିଥିବ ଯେ ଡ୍ରାଇଭର ଜଣକ କଣ ଏମିତି କଲେ ଯେ ପାସ୍‌ ହୋଇଗଲେ ? ନାଇଁ ଆଜ୍ଞା ଘଟଣାଟି ଜାଣିଲେ ଆପଣ ନହସି ରହି ପାରିବେ ନାହିଁ । ଵଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗର ଡ୍ରାଇଭର ଟ୍ରେନିଂ ସେଣ୍ଟରରେ ଏହି ଘଟଣା ଘଟିଛି।

ଜଣେ ଟ୍ରକ ଡ୍ରାଇଭର ଡ୍ରାଇଭିଂ ଟେଷ୍ଟ ଦେବା ପାଇଁ ଆଜି ଟ୍ରକ ଧରି ପହଞ୍ଚିଥିଲେ । ହେଲେ ଟ୍ରକ୍‌୍‌ଟି ଡ୍ରାଇଭର ଟ୍ରେନିଂ ସେଣ୍ଟରର ମୁଖଖ୍ୟ ଗେଟ୍‌୍‌ ଦେଇ ଭିତରକୁ ଗଲା ବେଳକୁ ଗେଟ୍‌କୁ ଏମିତି ଧକ୍କା ଦେଲା ଯେ ଟ୍ରକ୍‌ ଡାଲାରେ ଗେଟ୍‌ଟି ଲାଗିଗଲା ଆଉ ଡାଇଭରର ଅଜାଣତରେ ସେହି ଗେଟ୍‌ର ତୋରଣ ସହ ଟ୍ରକ୍‌ଟି ଆଗକୁ ଚାଲିଲା । ତୋରଣରେ କାର୍ଯ୍ୟାଳୟର ନାମ ଲେଖା ଥିଲା । ଚଳନ୍ତା ଟ୍ରକ୍‌୍‌କୁ ଦେଖିଲେ ଲାଗୁଥିଲା ଯେମିତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ଏହି ମୋବାଇଲ୍‌ ଟ୍ରକ୍‌ରେ ଚାଲିଛି ।

ଘଟଣା ଘଟିବା ବେଳେ ଏହାକୁ କେହି ଜଣେ ମୋବାଇଲରେ ରେକର୍ଡ଼ିଂ କରି ସୋସିଆଲ ମିଡିଆରେ ଭାଇରଲ କରି ଦେଇଛି । ଯାହା ସୂଚନା ମିଳିଛି, ଡ୍ରାଇଭିଙ୍ଗ ଲାଇସେନସ ପାଇଁ ୬ ଚକିଆ ଟ୍ରକ ଧରି ଆସିଥିବା ଜଣେ ଡ୍ରାଇଭର ଏମିତି କାରନାମା କରିଛନ୍ତି । ଯାହା ଏବେ ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଛି। ଡ୍ରାଇଭର ଜଣକ ଲାଇସେନସ ପାଇଁ ଟ୍ରକ ଫିଲଡ ଭିତରକୁ ନେବା ସମୟରେ ଗେଟ୍‌୍‌ଟି ଡାଲାରେ ଲଟକି ଯାଇଥିଲା। କିଛି ସମୟ ପରେ ପୂରା ଆରଟିଓ ଗେଟକୁ ଉପାଡି ନେଇ ଚାଲିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଘଟଣା ପରେ ଅନେକ ଲୋକ ଗେଟ୍‌୍‌ଟି ନିମ୍ନମାନର ହୋଇଥିବା କହୁଥିବା ବେଳେ ଆଉ କିଛି ଡ୍ରାଇଭର୍‌୍‌ର ଗାଡି ଚାଳନକୁ ନେଇ ଚର୍ଚ୍ଚା କରୁଛନ୍ତି। ତେବେ ଯିଏ ବି ଭିଡିଓକୁ ଦେଖୁଛି ହସିହସି ବେଦମ୍ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.