କେମିତି ଓଲଟିଲା ଫଳାଫଳ ! ଜିତିଥିଲେ ହେଲେ ହାରିଲେ କେମିତି ?

ସାଲେପୁର (କେନ୍ୟୁଜ): ସାଲେପୁର ବ୍ଲକ୍ ଶିଶୁଆ ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ୱାର୍ଡ ମେମ୍ବର ଭାବେ ଜଣେ ପ୍ରାଥୀଙ୍କୁ ବିଜୟୀ ଘୋଷଣାର ଦୁଇ ଦିନ ପରେ ପୁଣି ସେହି ପ୍ରାଥୀଙ୍କୁ ପ୍ରଶାସନ ପକ୍ଷରୁ ପରାଜୟ ଘୋଷଣା କରାଯାଇଛି । ଏହାର ପ୍ରତିବାଦରେ ଆଜି ସାଲେପୁର ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାୟତ ବାସି । ଘଟଣାରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଶିଶୁଆ ପଞ୍ଚାୟତ ୭ ନମ୍ବର ୱାର୍ଡର ଜୟଦେବ ରାଉତ ୱାର୍ଡ ସଭ୍ୟ ଭାବେ ନିର୍ବାଚନ ଲଢ଼ି ୧୯୧ ଖଣ୍ଡ ଭୋଟ ପାଇ ଗଣତି କେନ୍ଦ୍ରରେ ବିଜୟୀ ଘୋଷଣା କରାଯାଇ ଥିଲା ।

ଅପର ପକ୍ଷେ ପ୍ରତିପକ୍ଷ ପ୍ରାଥୀ ମୋଟ ୮୨ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲା ମାତ୍ର ଦୁଇ ଦିନ ପରେ ପ୍ରଶାସନ ପକ୍ଷ ରୁ ପରାଜୟ ପ୍ରାଥୀଙ୍କୁ ପୁନଶ୍ଚ ବିଜୟୀ ଘୋଷଣା କରାଯାଇ ଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି କିଭଳି ପରାଜୟ ପ୍ରାଥୀ ଙ୍କୁ ବିଜୟୀ ଘୋଷଣା କରାଗଲା । ଏହାର ତଦନ୍ତ ଦାବି କରି ଧାରଣା ରେ ବସିଛନ୍ତି ପଞ୍ଚାୟତ ବାସି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.