ରାଜ୍ୟ

ଅମ୍ରିତ ଅପହରଣ ପଛର ମୂଳ କାରଣ କଣ? ୩ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍

ନୟାଗଡ(କେନ୍ୟୁଜ୍): ନିଖୋଜର ୫ଦିନ ପରେ ମିଳିଛି ନୟାଗଡର ଅମ୍ରିତ ପାତ୍ର । ନିଜ ଗାଁ ନୟାଗଡ କୁରାଳ ଗାଁ ଶୁଣ୍ଢିସାହିର ଏକ ବନ୍ଦ ଘରୁ ଅମ୍ରିତକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ରିତକୁ ପୋଲିସ୍‌, ସ୍ଥାନୀୟ ସରପଞ୍ଚ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଓଡଗାଁ ଥାନାକୁ ଅଣାଯାଇଥିଲା ।

ସେଠାରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଅମ୍ରିତ ଓ ତାଙ୍କ ମାଆଙ୍କୁ ହାଜର କରାଇଥିଲା ଓଡଗାଁ ପୋଲିସ୍‌ । ସେଠାରେ ଅମ୍ରିତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅମ୍ରିତକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାନସିକ ସ୍ତରରେ ଅମ୍ରିତ ସାମନ୍ୟ ଦୁର୍ବଳ ଥିବା CWCର କାଉନସିଲର ସନ୍ତୋଷ ସାହୁ କହିଛନ୍ତି ।

ଅନ୍ୟପଟେ ଅମ୍ରିତ ଯେଉଁ ଘରୁ ଉଦ୍ଧାର ହୋଇଥିଲେ, ସେହି ଘର ମାଲିକ ବାହାରେ ରୁହନ୍ତି । ଘର ଚାବି ଥିଲା ସନ୍ତୋଷ ପଣ୍ଡାଙ୍କ ପାଖରେ । ପୋଲିସ ସନ୍ତୋଷ ପଣ୍ଡା ଓ ତାଙ୍କ ୨ ପୁଅଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି । ଅମ୍ରିତ ଅପହରଣ ପଛର ମୂଳ କାରଣ କଣ, କେଉଁମାନ ଅପହରଣ କରିଥିଲେ, ସେନେଇ ତଦନ୍ତ ଚାଲିଛି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago