‘କନସିଭ ଯିଏ କରିଥାନ୍ତୁ ନା କାହିଁକି ଡେଲିଭରି କରିବେ ସୁରେଶ ପୂଜାରୀ’
ଭୁବନେଶ୍ବର : ଏ ଶିରୋନାମାଟି ପଢ଼ି ଆପଣମାନେ ଚମକି ଯାଆନ୍ତୁ ନାହିଁ । ଆଜି ବିଧାନସଭା ପ୍ରଶ୍ନକାଳରେ ଆଲୋଚନା ବେଳେ ଏହା କହିଛନ୍ତି ଖୋଦ୍ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି କି ଯେଉଁ ସରକାର ଅମଳରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ଆମ ସରକାର ବ୍ୟବସ୍ଥା କରୁଛନ୍ତି। ବିଗତ ସରକାର ବେଳେ ଜମି ପଟ୍ଟା ଲିଫଲେଟ ପରି ବଣ୍ଟା ଯାଉଥିଲା। କିନ୍ତୁ ଲୋକେ ବାରମ୍ବାର ଦୌଡୁଥିଲେ ବି ଜମି ମିଳୁ ନଥିଲା। ଯେଉଁ ସରକାର ଅମଳରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ବର୍ତ୍ତମାନର ସରକାର ବ୍ୟବସ୍ଥା କରୁଛନ୍ତି।
ଏହି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି କନସିଭ ଯିଏ କରିଥାନ୍ତୁ ନା କାହିଁକି ଡେଲିଭରି କରିବେ ସୁରେଶ ପୂଜାରୀ। ଏହା ସହ କୌଣସି ଆଦିବାସୀ ଜମିରେ ସରକାରୀ ଅନୁଷ୍ଠାନ ହୋଇଥିଲେ ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବ ବୋଲି ସୂଚନା ଦେଇଛନ୍ତି ।