ଜୁଲାଇ ଗାଇଡ୍ ଲାଇନକୁ ନେଇ ବଢ଼ୁଛି ଉତ୍କଣ୍ଠା, ଏଥର କ’ଣ ରହିବ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର (କେ ନ୍ୟୁଜ): ଆସନ୍ତାକାଲି ସରିବ ଜୁନ ଲକ୍ ଡାଉନ୍ । କ’ଣ ଆସିବ ଜୁଲାଇ ଗାଇଡଲାଇନ୍ । ଏହାକୁ ନେଇ ସଭିଁଙ୍କ ମନରେ ରହିଛି ଉତ୍କଣ୍ଠା । କ’ଣ କହିବେ ଏଥର ସରକାର । ପୁଣି ଏଥର ଆଂଶିକ ଲକଡାଉନ୍ ହେବ ନା ଉଠିଯିବ ଏନେଇ ସରକାରୀ ସ୍ତରରେ ଚାଲିଛି ମାନସ ମନ୍ଥନ ।

ଏଥର ଓଡିଶାର ଗ୍ରୀନ୍ ଜୋନ୍ ଜିଲ୍ଲା ବଢ଼ିଛି । ତଥାପି ରେଡ୍ ଜୋନରେ ରହିଛି ଉପକୂଳର କିଛି ଜିଲ୍ଲା । ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ସପ୍ତାହେ ହେବ ୨-୩ ହଜାର ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗ୍ରୀନ୍ ଜୋନ୍ରେ ଅଛି ୨୧ ଜିଲ୍ଲାର ଆକ୍ଟିଭ୍ କେସ୍ । ରେଡ୍ ଜୋନ୍ରେ ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ଅଛି ।

ପଜିଟିଭିଟି ରେଡ୍ ଜୋନରେ ଆସୁଛି ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା । ଆଜି କଟକ ଓ ବାଲେଶ୍ୱରରେ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ଅଛି । ପୁରୀରେ ୭.୯, ଖୋର୍ଦ୍ଧାରେ ୮.୩ ଓ ମୟୂରଭଞ୍ଜରେ ୮.୭ ପ୍ରତିଶତ ଅଛି ପଜିଟିଭିଟି । ଏହି ୬ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସଂକ୍ରମଣକୁ ଦେଖି ସରକାର ଏହି ଜିଲ୍ଲାକୁ ଅନଲକ୍ କରିନପାରନ୍ତି ।

୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ପୂର୍ବଭଳି ବଳବତ୍ତର ରହିପାରେ । ବିବାହ ମଣ୍ଡପ, ଜିମ୍, ଯୋଗ ସେଣ୍ଟର ଖୋଲିବା ଓ ବାହାଘର, ବ୍ରତଘର କ୍ଷେତ୍ରରେ ସରକାର କି ନିଷ୍ପତ୍ତି, ତା’ଉପରେ ରହିଛି ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.