ବଡ଼ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାଳକ, ଚଳନ୍ତା ଟ୍ରକରୁ ଖୋଲିଗଲା ଚକ

ହରଭଙ୍ଗା : ଚଳନ୍ତା ଟ୍ରକରୁ ଖୋଲିଗଲା ଆଗ ଚକ । ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଚାଳକ । ଖୋର୍ଦ୍ଦା – ବଲାଙ୍ଗିର ୫୭ ନଂ ଜାତୀୟ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଝଅରକଟା- ଲଇଗାଁ ରାସ୍ତରେ ଘଟିଛି ଏଭଳି ଦୁର୍ଘଟଣା । ସୁଚନାମତେ ଏକ ଗ୍ୟାସ ବୋଝେଇ ହୋଇ ବଲାଙ୍ଗିର ରୁ ଟିକାବାଲି ଯାଉଥିବା ଟ୍ରକର ଯାନ୍ତ୍ରୀକ ତୃଟି କାରଣରୁ ଟ୍ରକ ଆଗ ଚକ ଛିଣ୍ଡି ବହୁ ଦୁରକୁ ଛିଟିକି ପଡିଥିଲା । ଫଳରେ ଟ୍ରକଟି ବଡ ଧରଣର ଦୁର୍ଘଟଣାରୁ ବର୍ତିଯାଇଥିବାବେଳେ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଁଚି ଅଧିକ ତଦନ୍ତ ଯାରି ରଖିଛି ।