ସୁନା ଦୋକାନୀକୁ ଚୁନା ଲଗାଇଲେ ଲୁଟେରା, ଗ୍ରାହାକ ହୋଇ ଆସିଲେ ଲୁଟିନେଇ ଚାଲିଗଲେ

ସୋରଡ଼ା : ସୁନା ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଲୁଟ। ଅଭିନବ ଉପାୟରେ ଦୋକାନୀକୁ ଚୁନା ଲଗେଇ ଲୁଟ କଲେ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର। ଗ୍ରାହକ ହୋଇ ଆସିଲେ ଆଉ ସୁଯୋଗ ଦେଖି ଲୁଟିନେଇ ଚାଲିଗଲେ । ବନ୍ଧୁକ ମୁନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟିନେଇଛନ୍ତି ୩ ଦୁର୍ବୃତ୍ତ ।  ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁନାମୁହି ଗାଁ ନୂଆସାହି ସ୍ଥିତ ଗୋପାଳ କୃଷ୍ଣ ଜେନାଙ୍କ ସୁନା ଦୋକାନକୁ ଚୋରି ହୋଇଥିବା ସୂଚନା ମିଳିଛି ।

ପ୍ରଥମେ ଗ୍ରାହକ ହୋଇ ୩ଜଣ ଯୁବକ ଦୋକନକୁ ଆସିଥିଲେ। ଦୋକାନ ମାଲିକ ଯୁବକଙ୍କୁ ସୁନା ଦେଖାଇବା ସହିତ ଦର ଦାମ କହିଥିଲେ । ପରେ ୩ଯୁବକ ପୁରୁଣା ସୁନା ଦେବାକୁ କହିବା ସହିତ କିଛି ଟଙ୍କା ଆଡଭାନ୍ସ ଦେଇ ଯିବୁ ବୋଲି ମାଲିକଙ୍କୁ କହିଥିଲେ । ପୁରୁଣା ସୁନା କାଢ଼ିବା ଆଲରେ ମାଉଜର କାଢି ଗୋପାଳ କୃଷ୍ଣଙ୍କ ମୁଣ୍ଡରେ ଲଗାଇ ହାତ ଗୋଡ ବାନ୍ଧି ଲୁଟିନେଇଥିଲେ ସୁନା ଅଳଙ୍କାର । ଦୋକାନରୁ ତିନି କିଲୋ ସୁନା ଅଳଙ୍କାର ଓ ସାତ କିଲୋ ରୂପା ସହିତ ନଗଦ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଗଲେ । ଗ୍ରାମବାସୀ ଦୋକାନୀଙ୍କୁ ଉଦ୍ଧାର କରିବା ପରେ ଆସିକା SDPO,ଧରାକୋଟ ଥାନା ଅଧିକାରୀ ପହଞ୍ଚି ଛାନବିନ ଚଳାଇଛନ୍ତି ।

You might also like