ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକେ ଘରକୁ ଫେରିଲେ ସେମାନଙ୍କର ହେବ ଟେଷ୍ଟିଂ ଓ ଟିକାକରଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବାତ୍ୟା ପାଇଁ କମିଛି ଟେଷ୍ଟିଂ

ଭୁବନେଶ୍ବର: ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଓ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ବାତ୍ୟା ପାଇଁ ଟେଷ୍ଟିଂ କମିଛି। ରାଜ୍ୟରେ ପଜିଟିଭିଟ ରେଟ ମଧ୍ୟ କମିଛି। ବାତ୍ୟା ପ୍ରଭାବରେ କୌଣସି ଇନଫ୍ରାଷ୍ଟକ୍‌ଚର ନଷ୍ଟ ହୋଇନାହିଁ। ସେହିପରି କୌଣସି ରୋଗୀଙ୍କ ଚିକିତ୍ସାରେ ମଧ୍ୟ ଅସୁବିଧା ହୋଇନାହିଁ। ତେବେ ଆଇସିୟୁରେ ଥିବା ଅତି ଗୁରୁତର ସଂକ୍ରମିତ ବହୁଦିନ ରହି ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସେ କହିଛନ୍ତି। ରାଜ୍ୟର ୮୦ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଣ୍ଟିଲେଟର ଭର୍ତ୍ତି ଥିବା ସେ କହିଛନ୍ତି।

Leave A Reply

Your email address will not be published.