ବାଘୁଣୀ ସୁନ୍ଦରୀ ଜଙ୍ଗଲକୁ ଫେରିବା ନେଇ ଦେଖାଦେଇଛି ଅନିଶ୍ଚିନ୍ତତା, ଦୀର୍ଘ ୮ ମାସ ଧରି ଏନକ୍ଲୋଜରରେ ବିତାଉଛି ବନ୍ଦୀ ଜୀବନ
ଅନୁଗୁଳ(କେନ୍ୟୁଜ୍): କେବେ ଜଙ୍ଗଲକୁ ଫେରିବ ବାଘୁଣୀ ସୁନ୍ଦରୀ। ତାହାକୁ ନେଇ ଏବେ ଦେଖାଦେଇଛି ଅନିଶ୍ଚତତା। ଦୀର୍ଘ ୮ ମାସ ଧରି ଏନକ୍ଲୋଜରରେ ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ। ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରାଇଗୁଡ଼ା ଠାରେ ପ୍ରାୟ ଅଢେଇ ଏକର ପରିମିତ ଜଙ୍ଗଲ ମଧ୍ୟରେ ଏନକ୍ଲୋଜର ନିର୍ମାଣ କରି ସୁନ୍ଦରୀକୁ ଛାଡି ଦିଆଯାଇଛି। ୧୮ଫୁଟ ଉଚ୍ଚ ତାରଜାଲି ଘେରା ଏନକ୍ଲୋଜର ମଧ୍ୟରେ ୨୪ଘଣ୍ଟିଆ ନଜର ବନ୍ଦୀରେ ରହିଛି ବାଘୁଣୀ। ସେପଟେ କଣ ହେବ ବାଘୁଣୀର ଭାଗ୍ୟ। ଏନକ୍ଲୋଜରରେ ରହିବ, ଜଙ୍ଗଲରେ ଛଡାଯିବ , ଚିଡିଆଖାନାକୁ ପଠାଯିବ ନା ପୁଣି ଥରେ ବାନ୍ଧବଗଡ଼ ଫେରିଯିବ ସୁନ୍ଦରୀ। ସେପଟେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ସାତକୋଶିଆ ମହାବଳ ବଂଶ ବୃଦ୍ଧି ଯୋଜନାକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି ପରିବେଶବିତ୍। ସେପଟେ RCCF କହିଛନ୍ତି ସୁନ୍ଦରୀ ସୁସ୍ଥ ଅଛି। NTCA, ବନବିଭାଗ ଓ ରାଜ୍ୟ ସରକାରୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ।