ରାଜ୍ୟ

କୁଆଡେ ଗଲା ମାନବିକତା: ଏମାନେ କୋଭିଡ଼ ସଂକ୍ରମିତଙ୍କ ଶବକୁ କରୁଛନ୍ତି ସତ୍କାର, ପ୍ରତିବଦଳରେ ମିଳୁଛି ଘୃଣା

ଜୟପୁର:  ସତରେ କୋରୋନ କାଳରେ ଅନେକ ଚିତ୍ର ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ବିଚଳିତ କରିଛି । କେଉଁଠି କିଏ ମାନବିକତା ଦେଖାଉଛି ତ କେଉଁଠି କିଏ ମାନବିକତା ହରାଇଛି । ଯେତେବେଳେ ନିଜ ଲୋକ ମୁହଁ ଫେରେଇ ଯାଉଛନ୍ତି, ସେତିକିବେଳେ କୋରୋନା ସଂକ୍ରମିତଙ୍କ ପାଖରେ ରହି ଭୟ ଭିତରେ ବି ହସିହସି ନିଜ କାମ କରିଚାଲିଛନ୍ତି କିଛି ବ୍ଯକ୍ତି ।

ଏ ହେଉଛି କୋରାପୁଟ ଜୟପୁରର ବିଶ୍ବନାଥ ଓ ହେମନ୍ତଙ୍କ ଭଳି ୪ ଜଣ ଯୁବଙ୍କ କଥା । ବିଶ୍ବନାଥ ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଯିଏ ମୃତଦେହ ନେଇ ମୃତକଙ୍କ ଘରେ ପହଁଚାଇଥାନ୍ତି। ହେଲେ ଏବେ କିନ୍ତୁ ତାଙ୍କୁ କରିବାକୁ ପଡୁଛି  ଶବ ସତ୍କାର ।  ସେମିତି ଆଉ ଜଣେ ହେଉଛନ୍ତି ହେମନ୍ତ। ଯିଏ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ସବୁବେଳେ ହାତରେ ତାଙ୍କର ଥିଲା ଚଟୁ । ଆଉ ଭଳି କିଭଳି ସ୍ବାଦିଷ୍ଠ ଖାଦ୍ୟ ଲୋକଙ୍କୁ ଯୋଗାଉଥିଲେ ।  କିନ୍ତୁ ଆଜି ସେହି ହାତ କରୁଛି ଶବ ସତ୍କାର ତାହାବି ସଂକ୍ରମିତଙ୍କର। ଦର୍ଶକବନ୍ଧୁ  ଯେତେବେଳେ ନିଜ ଲୋକ ମୁହଁ ଫେରେଇ ନେଉଛନ୍ତି , ସେତିକି ବେଳେ ଏମାନେ ଦେବଦୂତ ସାଜି ସମ୍ମାନର ସହ ଶବ ସତ୍କାର କରୁଛନ୍ତି।

 ହେମନ୍ତଙ୍କ ଦୁଇ ଛୁଆ। ବାପା ଘରୁକୁ ଆସିବେ ବୋଲି ଗେଟ୍ ଆଗରେ ଛୁଆମାନେ ଜଗି ରହିଥାନ୍ତି । ବାପାଙ୍କୁ ଅପେକ୍ଷା କରି କରି ଆଖିର ପଲକବି ପଡେନି । ହେଲେ ବାପା ଆସିଲେ ପାଖ ମାଡନ୍ତିନି ପିଲା । କାହିଁକିନା ବାପା ପୁରା ପିପିଇ କିଟ ଆବରଣ ଭିତରେ । ଆଜ୍ଞା ହଁ କେତେବେଳେ ଏମାନଙ୍କ ହାତରେ ଆମ୍ବୁଲାନ୍ସ ଷ୍ଟିଆରିଙ୍ଗ ତ କେତେବେଳେ ଷ୍ଟ୍ରେଚର। ଆଉ କେତେବେଳେ ମୃତ ଦେହରେ ମୁଖାଗ୍ନି ଦେଇଥାନ୍ତି । ତେଣୁ ଘର ଲୋକଙ୍କଠାରୁ ଦୂରତା ରଖିବାକୁ ବାଧ୍ଯ ହେଉଛନ୍ତି । ଗୋଟେ କି ଦୁଇଟି ନୁହେଁ ପାଖାପାଖି ଅଶିରୁ ଅଧିକ ମୃତଦେହକୁ ସତ୍କାର କରିସାରିଲେଣି ଏମାନେ । ତାହା ବି ଏମିତି ସେମିତି ନୁହେଁ କୋଭିଡ଼ ସଂକ୍ରମିତଙ୍କ ମୃତ ଦେହ।

ଅନ୍ଯପଟେ ନିଜ ସ୍ବାମୀଙ୍କୁ ଏଭଳି କାମ କରୁଥିବା ଜାଣି ମନ ଦୁଃଖ ହେଲେବି ପେଟ ପାଇଁ ଏକାମ କରିବାକୁ ପଡୁଛି ବୋଲି କହିଛନ୍ତି ଉଭୟଙ୍କ ସ୍ତ୍ରୀ। ହେଲେ ଏତେ ଭଲ କାମ କରି ମଧ୍ୟ ନିଜ ସାହି ପଡିଶା ଲୋକଙ୍କ ତାତ୍ସଲ୍ଯ, ଆଉ ଘୃଣା ସେମାନଙ୍କୁ ଭାରି କଷ୍ଟ ଦେଉଥିବା ସେ କହିଛନ୍ତି । ସକାଳୁ ଯାଇ ବିଳମ୍ବିତ ରାତିରେ ଫେରନ୍ତି। କିନ୍ତୁ ତାଙ୍କୁ ମିଳେନି କାହାର ଭଲପାଇବା କି ଆଦର ।

ଅନ୍ଯପଟେ ଏଭଳି ମହାନ କାମ ପାଇଁ ବିଶ୍ବନାଥ, ହେମନ୍ତଙ୍କ ମନୋବଳ ବଢେଇବା ଆବଶ୍ଯକ ବୋଲି କହିବା ସହିତ, ପ୍ରଶାସନ ଏଭଳି ମହାନ କାମ ପାଇ ଏମାନଙ୍କୁ ପ୍ରକୃତ କୋରୋନ ଯୋଦ୍ଧାର ମାନ୍ଯତା ଦେବା ଆବଶ୍ଯକ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

 

 

 

 

Sonalisa

Recent Posts

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 min ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

8 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

22 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

58 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

60 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago