ଥମୁନି ଚର୍ଚ୍ଚା, କୋକୋ ରହିବ କେଉଁଠି? ବିଭିନ୍ନ ମହଲରୁ ପ୍ରକାଶ ପାଇଛି ପ୍ରତିକ୍ରିୟା

ଭୁବନେଶ୍ୱର(କେନ୍ଯୁଜ୍): ଶୁଆ କୋକୋକୁ ନେଇ ଥମୁନି ଚର୍ଚ୍ଚା। ଏବେ କଟକ ଫେରିବନି କୋକୋ। ମାଲିକାଣୀଙ୍କ ପାଖକୁ ଏବେ ଫେରିବନି କୋକୋ । ନନ୍ଦନକାନନକୁ ମଧ୍ୟ ଏବେ ଯିବନି ବହୁ ଚର୍ଚ୍ଚିତ ଶୁଆ କୋକୋ । ବର୍ତ୍ତମାନ କଟକ ରେଞ୍ଜ ଅଫିସରେ ଶୁଆ ଅଛି । ସେଠାରେ କୋକୋର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରହିଛି । କୋକୋ ଏବେ ଭଲ ଅଛି।

ଭୁବନେଶ୍ୱର ପାତ୍ରପଡା ମେଡିସନାଲ ପ୍ଲାଣ୍ଟ ନଲେଜ୍‌ ସେଣ୍ଟରକୁ ନିଆଯିବ। ସେଠାରେ କୋକୋ ନଜର ବନ୍ଦୀ ଭାବରେ ଖୋଲା ଆକାଶ ତଳେ ରହିବ । ଯଦି ସେଠାରୁ ସେ ଉଡ଼ି ପୁଣି ନିଜ ମାଲିକାଣୀଙ୍କ ଘରକୁ ଆସେ । ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ନନ୍ଦନକାନନକୁ ନିଆଯିବ।

ସିଟି ଡିଏଫଓ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଲକ୍ଷ ଲକ୍ଷ ଶୁଆ ମଣିଷ ପୋଷା ଭାବେ ରହିଥିବା ବେଳେ ବନ ବିଭାଗ କାହିଁକି ସେ ଦିଗରେ ନୀରବ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.