ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ

କୋରାପୁଟ (କେନ୍ୟୁଜ): ମାଙ୍କଡଜୋଡି ନଦୀରେ ବନ୍ୟା ପାଣିରେ ଭାସି ଜଣେ ମହିଳାଙ୍କର ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଘଟିଛି ଘଟଣା । ନଦୀ ପାର ହେବା ସମୟରେ ନଦୀରେ ବୁଡ଼ି ୬୫ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ।  ଏହିପରି ଏକ ଅଭାବନୀୟ ଘଟଣା ବୈପାରୀଗୁଡା ଥାନା , ମାଠପଡା ପଂଚାୟତର ଗଞ୍ଜିଆଗୁଡା ଠାରେ ଦେଖିବାକୁ ମିଳିଛି।  ମୃତ ବୃଦ୍ଧା ଜଣକ ଗଞ୍ଜିଆଗୁଡା ଗ୍ରାମର ଲକି ସlନ୍ତାଙ୍କ ସ୍ତ୍ରୀ କନେ ସlନ୍ତା ବୋଲି ଜଣାପଡିଛି।

ଗତ କାଲି କନେ ସlନ୍ତା ଦୋକାନ ସାମଗ୍ରୀ କିଣିବାକୁ ନିଜ ଗାଁ ଗଞ୍ଜିଆଗୁଡା ଠାରୁ କେନ୍ଦୁପୁଟ ଗାଁ କୁ ଯାଇଥଲେ।  ହେଲେ କେନ୍ଦୁପୁଟ ଯିବାପାଇଁ ମାଙ୍କଡ଼ଯୋଡି ନଦୀ ପାର ହେବାକୁ ପଡେ । ନଦୀ ପାର କରୁଥିବା ସମୟରେ ହଠାତ ପ୍ରବଳ ବେଗରେ ପାଣି ମାଡ଼ି ଆସିବାରୁ ନଦୀରେ ଭାସିଗଲେ ମହିଳା।  କନେ ସlନ୍ତା ଘରକୁ ନ ଫେରିବାରୁ ପରିବାର ମାଙ୍କଡ଼ଯୋଡି ନଦୀରେ ମୃତ ଶରୀର ଭାସୁଥିବା ଦେଖି ଶବ ଉଦ୍ଧାର କରିଛନ୍ତି ପରିବାର ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.