ମକର ପାଇଁ ଗାଁ କୁ ଯାଇଥିବା ବେଳେ ଘରୁ ୧୪ ଲକ୍ଷ ଟଙ୍କାର ସୁନା ସହ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି

ମୟୁରଭଞ୍ଜ: ମକର ପାଇଁ ସବୁଠି ଚଳଚଞ୍ଚଳ ପରିବେଶ । ବିଭିନ୍ନ ସ୍ଥାନରେ ପଡ଼ିଛି ମେଳା । ହେଲେ ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ଚୋର । ଘରେ ପଶି କଳାକନା ବୁଲାଇ ଦେଉଛନ୍ତି ।

ହଁ ଆଜ୍ଞା, ମକର ପାଇଁ ଗାଁ କୁ ଯାଇଥିଲେ ପରିବାର ଲୋକେ । ଏପଟେ ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ବୁଲାଇଲେ ଚୋର । ଲକ୍ଷ ଲକ୍ଷ ଟଙ୍କାର ସୁନା ସହ ନଗଦ ଟଙ୍କା ଲୁଟ କରିଛନ୍ତି ଚୋର । ଏଭଳି ଭାବେ ଜଣଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଛି ।

ମକର ପାଇଁ ଗାଁ କୁ ଯାଇଥିବା ବେଳେ ଘରୁ ସବୁ ଟଙ୍କା ସୁନା ପୋଛି ନେଇଛନ୍ତି ଚୋର । ବାରିପଦା ସହର ପାଲବଣୀ ୱାର୍ଡ ନମ୍ୱର ୨୫ରେ ଥିବା ପୂର୍ବତନ ଅଧ୍ୟକ୍ଷା ପାର୍ବତୀ ହେମ୍ୱ୍ରମଙ୍କ ଘରୁ ଲୁଟ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପାର୍ବତୀ ହେମ୍ୱ୍ରମ । ଏହି ଘଟଣାରେ ୪ ଜଣକୁ ଟାଉନ ଥାନା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ତେବେ ବାରିପଦା ସହରରେ ଥମୁନି ଲୁଟ ଛିନତାଇ । ଆତଙ୍କରେ ରହିଛନ୍ତି ସହରବାସୀ। ଗତକାଲି ଟାଉନ ଥାନା ସମ୍ମୁଖରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଆଜି ପୁଣି ବାରିପଦା ବ୍ଲକ ପୂର୍ବତନ ଅଧ୍ୟକ୍ଷାଙ୍କ ଘରୁ ଲୁଟ ହୋଇଛି । ୧୪ ଲକ୍ଷ ଟଙ୍କାର ସୁନା ସହ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତେବେ ବାରମ୍ୱାର ଏଭଳି ଚୋରୀ ଡକାୟତି ସହରରେ ବଢି ଚାଲିଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି ।

 

You might also like