ଘର ଆଗରେ ପିଲାଙ୍କୁ ଖେଳାଉଥିଲେ ବେଳେ କାର ଚଢାଇଦେଲା ମଦୁଆ ଡ୍ରାଇଭର,ଚାଲିଗଲା ୩ ଜଣଙ୍କ ଜୀବନ

ଦୁଇ ଶିଶୁଙ୍କୁ ଜେଜେମାଆ ଖେଳାଉଥିବା ବେଳେ ଯମ ହୋଇ ମାଡ଼ି ଆସିଲା କାର୍‌ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଜେଜେମାଆ ପ୍ରମିଳା ପ୍ରଧାନ ।

ଅନୁଗୁଳ(କେନ୍ୟୁଜ୍):  ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇ ଶିଶୁଙ୍କୁ ଜେଜେମାଆ ଖେଳାଉଥିବା ବେଳେ ଯମ ହୋଇ ମାଡ଼ି ଆସିଲା କାର୍‌ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଜେଜେମାଆ ପ୍ରମିଳା ପ୍ରଧାନ ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହସ୍ପିଟାଲ ନେବା ବାଟରେ ଆଖି ବୁଜିଥିଲେ ଦୁଇ ଶିଶୁ ୭ ବର୍ଷର ପୁନମ୍‌ ପ୍ରଧାନ ଓ ୪ ବର୍ଷର ଗୁଗୁ ପ୍ରଧାନ । ପ୍ରମିଳା ଘର ଆଗରେ ପିଲାଙ୍କୁ ଖେଳାଉଥିଲେ । ଏତିକିବେଳେ ନିଶାସକ୍ତ ଅବସ୍ଥାରେ ଦୁଇ ଜଣ ଏକ କାରରେ ଆସି ସେମାନଙ୍କୁ ଧକ୍କା ଦେଇଥିଲେ ।