ଯୁବକଙ୍କୁ ଦଳିଦେଲା ଦନ୍ତା, ଆନନ୍ଦପୁର ହାତୀ ଆକ୍ରମଣରେ ଯୁବକ ମୃତ
ଆନନ୍ଦପୁର : ଅଧ ରାତିରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳି ଦେଲା ଦନ୍ତା । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲି ବନ୍ଧ ସେକ୍ସନର ରେଭେନ୍ସା ପୁର ଗ୍ରାମରେ ଘଟିଛି ଅଘଟଣ । ରାତି ପ୍ରାୟ ୨ଟା ବେଳେ ରେଭେନ୍ସା ପୁର ଗ୍ରାମର ରଥ ମୁଣ୍ଡା ଘରୁ ପରିଶ୍ରା କରିବାକୁ ବାହାରିଥିଲେ । ଏହି ସମୟରେ ଘର ଆଗରେ ଛକି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି ।
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି । ନୁଣଗୋଠାଣି ଗାଁ ଜଙ୍ଗଲରେ ରେ ୩୨ ଟିକିଆ ହାତୀ ପଲ ଥିବା ବେଳେ ଏହି ଦଳରୁ ଅଲଗା ହୋଇ ଏକ ଦନ୍ତାହାତୀ ରେଭେନ୍ସାପୁର ଗ୍ରାମରେ ଏଭଳି କାଣ୍ଡ ଘଟାଇଛି ।