ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର, ୧୩୭୮ଟି ମାମଲାରୁ ୬୪୫ରେ ହୋଇଛି ଚାର୍ଜସିଟ୍

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଏହା ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ ପାଇଛି । ୨୦୧୮-୧୯ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ ରହିଛି । ୨୦୧୮ରେ ଏକ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି । ଏଥିରୁ ଏକ ଲକ୍ଷ ୩ ହଜାର ୮୫୮ଟି ସଥ୍ୟ ଥିବା ତଦନ୍ତ ପରେ ଜଣାପଡ଼ିଛି । ୬ ଲକ୍ଷ ୯ ହଜାର ୩୪୧ଟି ମାମଲାରେ ଦୋଷାରୋପ ପର୍ଦ୍ଦ ଦାଖଲ ହୋଇଛି । ୧୩୭୮ଟି ମାମଲାରୁ ୬୪୫ରେ ଚାର୍ଜସିଟ୍ ହୋଇଛି । ୨୧୨୦ଟି ଦଙ୍ଗା ମାମଲା ପଞ୍ଜିକୃତ ହୋଇଛି । ସେହିପରି ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୫୫୮ଟି ଡକାୟତି ଓ ୨୧୨୫ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like