ମହିଳାଙ୍କ ଉପରେ ଅତ୍ଯାଚାର ନେଇ ଆସିବ ଶ୍ବେତପତ୍ର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:  ମହିଳାଙ୍କ ଉପରେ ଅତ୍ଯାଚାର ନେଇ ଆସିବ ଶ୍ବେତପତ୍ର । ନାରୀ ନିର୍ଯାତନା ନେଇ ଆକ୍ସନ ମୋଡ଼ରେ ସରକାର । ମହିଳାଙ୍କ ବିରୋଧୀ ଅପରାଧ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁମାନେ ଅପରାଧ ଘଟାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅଭିଯୁକ୍ତଙ୍କୁ ଜେଲ ପଠାଯାଉଛି । ଯେତେ ମାମଲା ଆସୁଛି ତ୍ୱରିତ ଭାବେ ସରକାର ଆକ୍ସନ ନେଉଛନ୍ତି ।

କୋର୍ଟ ବିଚାର କରିବେ ଦଣ୍ଡ ବିଧାନ କରିବେ । ଏହା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ଅତ୍ୟାଚାର ନେଇ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା । ଭିତ୍ତିହୀନ ଅଭିଯୋଗ କଲେ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭାର ଶୂନ୍ୟକାଳ କିମ୍ବା ମୁଲତବୀ ନୋଟିସ ଦେଇ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ।