ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ । ଧଳା ବାଘୁଣୀ ରୁପା ଶାବକ ଜନ୍ମ ପରେ ତାକୁ ଅନାଦର କରିଥିଲା । ଏହି ବାଘଛୁଆ ସମେତ ତିନୋଟି ବାଘ ଛୁଆକୁ ତାଙ୍କ ମା’ ଠାରୁ ଅଲଗା କରି ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖି କୃତ୍ରିମ ଖାଦ୍ୟ ଦେଇ ପାଳନ କରୁଥିଲେ ।

ମୃତ ୧୦ ଦିନର ଧଳା ବାଘ ଶାବକ କୃତ୍ରିମ ଖାଦ୍ୟ ଖାଇ ହଜମ କରି ପାରୁନଥିଲା । ଏଥିପାଇଁ ପ୍ରାଣୀ ଚିକିତ୍ସକମାନେ ବାଘ ଛୁଆର ଚିକିତ୍ସାା କରୁଥିଲେ । ଗତକାଲି ରାତିରେ ଅସୁସ୍ଥ ବାଘ ଛୁଆଟିର ମୃତ ଘଟିଥିଲା । ଏବେ ନନ୍ଦନକାନନ ବାଘ ସଂଖ୍ୟା ୨୮ କୁ ଖସି ଆସିଛି । ଧଳା ବାଘୁଣୀ ରୁପା ଗତ ମାସ ୧୧ ତାରିଖରେ ଗୋଟିଏ ଏବଂ ୧୨ ତାରିଖରେ ଦୁଇଟି ଶାବକଙ୍କୁ ଜନ୍ମ ଦେଇଥିଲା ।

Leave A Reply

Your email address will not be published.