ଘରୁ କିଏ ଟଙ୍କା ଗାୟବ କରୁଛି ଦୁଆର ଦୁଆର ବୁଲି ଖୋଜୁଛି ବତା ?

ଗୋପ: ଅବିଶ୍ବନୀୟ ଆଶ୍ଚର୍ଯ୍ୟ । ଏ ଦୃଶ୍ୟ ଦେଖି ଆଖିକୁ ବିଶ୍ବାସ କରି ହେଉନି । ଦେଖି ପାରୁଛନ୍ତି କିଭଳି ବତା ବୁଲୁଛି ଦୁଆର ଦୁଆର ? ଖୋଜୁଛି କିଏ ଘରୁ ଗାୟବ୍ କରୁଥିଲା ଟଙ୍କା । ବତାରେ କେତେ ଶକ୍ତି ରହିଛି ତାହା ଆପଣମାନଙ୍କ ସାମ୍ନାରେ। ସାଧକଙ୍କ କଥାରେ ଦେଖାଉଛି ତାର ଶକ୍ତି । କିଭଳି ଘର ଭିତରୁ ଟଙ୍କା ଯାଉଥିଲା ଏବଂ ଘରର କେଉଁ ସ୍ଥାନରୁ ଟଙ୍କା ଉଭାନ ହେଉଥିଲା ସେସବୁ ଜାଗା ଦେଖାଉଛି ବତା। ଆପେ ଆପେ ଅଥୟ ହୋଇ ଘରେ ପଶିଯାଉଛି ବତା । ଯେମିତି ତାକୁ ଧରିଥିବା ଲୋକକୁ ଟାଣି ନେଉଛି ଆପେ ଆପେ । ଯାହା ଉପସ୍ଥିତ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାତକ ପରି ଚାହିଁ ରହିଛନ୍ତି ଗାଁ ଲୋକେ । ହୁଏତ ଟଙ୍କା ଗାୟବ ସମସ୍ୟାର କିଛି ସମାଧାନ ବାହାରିବ ।
ହଁ ଆଜ୍ଞା, ଘରୁ ଗାୟବ ହେଉଛି ଅଚାନକ ଟଙ୍କା, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ, ଗାଁର ଲୋକେ ଭୟଭୀତ। ଏହି ଖବର ପ୍ରଥମେ କେ ନିୟୁଜ୍ ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ହେବାର ୨୪ ଘଣ୍ଟା ନ ପୂରୁଣୁ ସେହି ଗାଁରେ ପହଞ୍ଚିଥିଲେ କାମାକ୍ଷା ସାଧକ । ଆଲୋଚନା କଲେ ଏବଂ କହିଲେ ମୁଁ ଦୁଇଟା ବତା ସାହାଯ୍ୟରେ ମା କାମାକ୍ଷାଙ୍କ ଆଜ୍ଞାରେ କହି ପାରିବି କେଉଁ କାରଣରୁ ଯାଉଛି ଟଙ୍କା। ସେଇଆ ମଧ୍ୟ ହେଲା ଦୁଇଜଣ ଧରିଲେ ବତାକୁ ବାବା ପ୍ରଶ୍ନ କଲେ ବତାକୁ…. ହେଲେ ଏ ଘଟଣାକୁ ଯିଏ ଅତି ପାଖରୁ ଦେଖିବେ ସେ ହିଁ ବିଶ୍ୱାସ କରି ପାରିବେ । ଆରମ୍ଭ ହେଲା ବତା ଚାଲିବା କଥା…. ଆମ ଟିମ ପ୍ରସ୍ତୁତ ଥାଏ ସତରେ କଣ ବତା ବାବାଙ୍କ ପ୍ରଶ୍ନ ର ସଠିକ ଉତ୍ତର ଦେବ…ସତରେ କଣ କେଉଁ ସ୍ଥାନରୁ ଟଙ୍କା ଗାଏବ ହେଉଛି ଜଣାଇବ……କେଉଁ କାରଣରୁ ଟଙ୍କା ଶୂନ୍ୟରେ ଉଡ଼ି ଯାଉଛି ଜଣାପଡ଼ିବ ।….. ଏସବୁ ଘଟଣାକୁ ଆମେ ଆମ କ୍ୟାମେରାରେ କଏଦ କରି ଆପଣଙ୍କୁ ଦେଖାଉଛୁ ।
Also Read:ଯେଉଁ ହାତରେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର, ଆଜି ସେହି ହାତରେ ମାରିଦେଲା