ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ, ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ । ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ । ହତ୍ୟାକାରୀକୁ ଧରିବା ପାଇଁ ଗଠିତ ଛଅ ଜଣିଆ ପୋଲିସ ଟିମ ପୁରା ଦମରେ ଲାଗିଛନ୍ତି ।  ପୋଲିସ ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଅନେକ ଅପରାଧୀ ଟେକି ଆଣି ଜେରା କରୁଛି । ସୁନୀଲ ନାମକ ଜଣେ କ୍ରିମିନାଲ ପୋଲିସରେ ସ୍କାନରରେ ଅଛି ।

ସେପଟେ ବାଲି, କ୍ରସର, ମୋରମ ଓ ଜମି ବ୍ୟବସାୟ ଓ ସେଟଲମେଣ୍ଟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି ।  ପୋଲିସର ତଦନ୍ତ ଯେତେ ଆଗଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ଏବେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛି ।  କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବାସଭବନ ପାଖରେ ଛିଡ଼ା ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ହତ୍ୟା କରିଥିଲେ ୨ ଦୁର୍ବୃତ୍ତ। ଏହା ବ୍ରହ୍ମପୁର ସମେତ ଗଞ୍ଜାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିନ୍ତୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

 

 

ଆହୁରି ପଢ଼ନ୍ତୁ : ଆଇନଜୀବୀ ପୀତବାସ ପଣ୍ଡାଙ୍କ ମର୍ଡର ଘଟଣାରେ ନୂଆ ସୁରାକ, ହତ୍ୟାକାରୀଙ୍କ ମୋଟର ସାଇକେଲକୁ ଫଲୋ କରୁଥିଲା କାର୍