ସ୍ୱୟଂସହାୟିକା ଗୋଷ୍ଠୀର ମାଛ ଚାଷ ପୋଖରୀରେ କିଏ ପକାଇଲା ବିଷ? ମରି ଭାସୁଛନ୍ତି ଶହ ଶହ ମାଛ

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଂଚାୟତର ଦିଗୀ ପୋଖରୀରେ ମାଛ ମଡ଼କ । କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଦେଇଥିବା ଅଭିଯୋଗ କରିଛନ୍ତି ଆଶୁତୋଷ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ । ପ୍ରାୟ ବର୍ଷେ ହେବ ପୋଖରୀ ନିଲାମ ଆଣି ଋଣ କରି ଗୋଷ୍ଠୀର ମହିଳାମାନେ ମାଛଚାଷ କରୁଥିଲେ ।

ଚଳିତ ବର୍ଷ ପ୍ରାୟ ୩ରୁ ୪ ଥର ମାଛ ଧରି ବିକ୍ରି କରିବା ପରେ ପୁଣି ଥରେ ମାଛ ଜାଆଁଳ ମଧ୍ୟ ଛାଡିଥିଲେ । ହେଲେ ଦୁଇ ଦିନ ହେବ ହଠାତ୍‌ ପୋଖରୀରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଗୋଟେ ଗୋଟେ ମାଛର ଓଜନ ପ୍ରାୟ ୨୦ ରୁ ୩୦ କେଜି ହେବ । ଏବେ ମଲା ମାଛ ଗନ୍ଧରେ ଚାରିଆଡେ ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଘଟଣାକୁ ନେଇ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ପାଟକୁରା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.