ନବଜାତକୁ ବୋରୱେଲ ଭିତରେ ଫିଙ୍ଗିଲା କିଏ? ଚାଲିଛି ଜୋରଦାର ତନାଘନା

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ଚାଲିଛି ଜୋରଦାର ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଚାଲିଛି ତଦନ୍ତ । ଯଦି ଧରାପଡିଯାଏ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଟା ସୁନିଶ୍ଚିତ।

ସମ୍ବଲପୁର(କେନ୍ୟୁଜ୍‌): ମଣିଷ ଏତେ ଅମାନୁଷିକ କିପରି ହୋଇପାରେ? କିପରି ନୃଶଂସତାର ସବୁ ସୀମା ପାର୍ କରିପାରେ । କିପରି ନିଜେ ଗୋଟେ ମଶିଷ ହୋଇ ଗୋଟେ ସଦ୍ୟଜାତ ଶିଶୁକୁ ମୃତ୍ୟୁମୁଖକୁ ଠେଲିଦେଇପାରେ । ଏ ହେଉଛି ଗତକାଲି ଚହଳ ପକାଇଥିବା ସମ୍ବଲପୁରର ସେହି ଘଟଣା ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଗତକାଲିର ଏହି ଘଟଣା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନବଜାତକୁ ବୋରୱେଲ ଭିତରେ ଫିଙ୍ଗିଲା କିଏ? କିଏ ସେ ଅମଣିଷ ଯିବେ ଏଭଳି ଜଘନ୍ୟ କାଣ୍ଡ ଘଟାଇପାରିଲା? କେମିତି ତା ହାତ ଗଲା ଗୋଟେ ନୀହିର ଶିଶୁକୁ ମୃତ୍ୟୁ ମୁଖକୁ ଠେଲିବାକୁ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ଚାଲିଛି ଜୋରଦାର ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଚାଲିଛି ତଦନ୍ତ । ଯଦି ଧରାପଡିଯାଏ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଟା ସୁନିଶ୍ଚିତ।

ଗତକାଲି ୧୪ ଫୁଟ ଗଭୀର ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍। ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପାଇଁ ପ୍ରଶାସନ ଲାଗଇଦେଲା ପୂରା ଦମ୍। ଲୁହା ପାଇପକୁ ଆରିରେ କାଟି ଶିଶୁକୁ ଯତ୍ନର ସହ ଉଠାଇ ଆଣିଲେ। ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା SNCUରେ ଭର୍ତ୍ତି କରାଯାଇଛି । ୧୦ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।

hospital

ଗତକାଲି ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ଘଟଣାସ୍ଥଳରେ ପହଞ୍ଚିଥିଲା ୩ଟି ଜେସିବି। ପୋଲିସ, ଓଡ଼୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ। ପରେ ପରେ ଅକ୍ସିଜେନ ଓ ଆମ୍ବୁଲାନସ ସହ ଡାକ୍ତର ଆସିଥିଲେ। ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା।

ରେସକ୍ୟୁ ଅପରେସନ୍ ବେଳେ ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ଶହେ ୱାଟର ବଲ୍ ପଠା ଯାଇଥିଲା । ସାମାନ୍ୟ ଉଷୁମ ଲାଗିଲା ପରେ ବୋରୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଏହାପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଟିମ୍। କୁହାଯାଉଛି ବୋରୱେଲ ଭିତରେ ଅନେକ ବୋତଲ ଭିର୍ତି ହୋଇରହିଥିଲା । ପାଖାପାଖି୧୦୦ ଫୁଟ୍ ର ବୋରୱେଲରେ ୧୪ ଫୁଟ୍ ପାଖଶପାଖଇ ଛୁଆଟି ବେଶି ତଳକୁ ନଖସି ଯାଇ ବୋତଲ ଥିବାରୁ ଅଧାରେ ଲାଖି ରହିଥିଲାଏହାପରେ ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଥିଲା । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଶିଶୁଟିର ଭାଗ୍ୟ କେତେ ଟାଣ । ଜନ୍ମ ହଉ ହଉ ମୃତ୍ୟୁ ସହିତ ସଂଗ୍ରାମ କରି ସେ ଫେରିଛି । ଭଗବାନ ତାକୁ ନୂଆ ଜୀବନ ଦେଇଛନ୍ତି ।

ଏପଟେ ସୂଚନା ମିଳିଛି କି, ପ୍ରାୟ ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳା ଯାଇଥିଲା। ପାଣି ନଆସିବାରୁ ଅଧାରୁ କାମ ବନ୍ଦ କରି ଦିଆଯାଇଥିଲା। ସେବେଠୁ ସେମିତି ତାହା ମୁକୁଳା ପଡ଼ିଥିଲା। ତେବେ ବୋରୱେଲରୁ ନବଜାତକ ଉଦ୍ଧାର ପରେ ଆଶ୍ବସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଗ୍ନିଶମ, ଓଡ୍ରାଫ୍ , ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇଲେ । ଶିଶୁର ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଟି ଜୀବନ ମୂଲ୍ୟବାନ କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

You might also like