ରାଜ୍ୟ

ବୋରୱେଲରେ ନବଜାତ ଶିଶୁ ପଡ଼ିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ସମ୍ବଲପୁର (କେନ୍ୟୁଜ): ନବଜାତକୁ ବୋରୱେଲକୁ ଫିଙ୍ଗିଲା କିଏ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିବ। ଗତକାଲି ୧୪ ଫୁଟ ଗଭୀର ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍। ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପାଇଁ ପ୍ରଶାସନ ଲାଗଇଦେଲା ପୂରା ଦମ୍। ଲୁହା ପାଇପକୁ ଆରିରେ କାଟି ଶିଶୁକୁ ଯତ୍ନର ସହ ଉଠାଇ ଆଣିଲେ।

ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା SNCUରେ ଭର୍ତ୍ତି କରାଯାଇଛି । ୧୦ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଗତକାଲି ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ଘଟଣାସ୍ଥଳରେ ପହଞ୍ଚିଥିଲା ୩ଟି ଜେସିବି। ପୋଲିସ, ଓଡ଼୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ। ପରେ ପରେ ଅକ୍ସିଜେନ ଓ ଆମ୍ବୁଲାନସ ସହ ଡାକ୍ତର ଆସିଥିଲେ। ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା।

ରେସକ୍ୟୁ ଅପରେସନ୍ ବେଳେ ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ଶହେ ୱାଟର ବଲ୍ ପଠା ଯାଇଥିଲା । ସାମାନ୍ୟ ଉଷୁମ ଲାଗିଲା ପରେ ବୋରୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଏହାପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଟିମ୍। ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳା ଯାଇଥିଲା। ପାଣି ନଆସିବାରୁ ଅଧାରୁ କାମ ବନ୍ଦ କରି ଦିଆଯାଇଥିଲା। ସେବେଠୁ ସେମିତି ତାହା ମୁକୁଳା ପଡ଼ିଥିଲା।

Barsha

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

38 mins ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

49 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

50 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

55 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

60 mins ago

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

1 hour ago