ରାଜ୍ୟ

ନବୀନଙ୍କ ମନ୍ତିମଣ୍ଡଳରେ କିଏ ହେବେ ନୂଆ ମନ୍ତ୍ରୀ ? ଏମାନେ ଅଛନ୍ତି ଚର୍ଚ୍ଚାରେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ସବୁ ୨୦ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଓଡ଼ିଶା ଇତିହାସରେ ଏହା ପ୍ରଥମ । ଆଜି ସବୁ ମନ୍ତ୍ରୀଙ୍କ ପାଖକୁ ପ୍ରଥମେ ଫୋନ୍‌ ଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପର୍ଯ୍ୟାୟକ୍ରମେ ଇସ୍ତଫା ଦେଇଥିଲେ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସରକାରରେ ଏକାଥରକେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ମାଗି ନବକଳେବର କରିବାକୁ ଯାଉଛନ୍ତି । ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ।

ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ମନ୍ତ୍ରୀମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ନବୀନଙ୍କ ମନ୍ତିମଣ୍ଡଳରେ କିଏ ହେବେ ନୂଆ ମନ୍ତ୍ରୀ ? କିଏ ପଡ଼ିବେ ବାଦ? ମନ୍ତ୍ରିମଣ୍ଡଳ ରୂପରେଖ ନେଇ ଏବେ ଚର୍ଚ୍ଚା ଜୋର । ଯୁବ ଓ ମହିଳାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳରେ ସର୍ବାଧିକ ଗୁରୁତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି । ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ନୂଆ ଚେହେରାଙ୍କୁ ତାଙ୍କ ଟିମରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ସବୁ ଦିଗକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନିର୍ଦ୍ଧାରଣ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି । ରେସରେ ଆଗରେ ଅଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସେହିପରି ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସୂର୍ଯ୍ୟନାରାୟଣ ପାତ୍ର, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ ଅମାତଙ୍କ ଭଳି ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି ।

ପ୍ରଥମ ଥର ମନ୍ତ୍ରୀ ହୋଇପାରନ୍ତି ଲତିକା ପ୍ରଧାନ, ବାସନ୍ତୀ ହେମ୍ବ୍ରମ, ଦେବୀରଞ୍ଜନ ତ୍ରିପାଠୀ । ସେହିପରି ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଶ୍ୱିନୀ ପାତ୍ର, ଦେବେଶ ଆଚାର୍ଯ୍ୟ, ସୁଶାନ୍ତ ରାଉତ, ରାଜକିଶୋର ଦାସ, ମନୋହର ରନ୍ଧାରୀ, ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ, ରୁଦ୍ର ପ୍ରତାପ ମହାରଥୀ, ବ୍ୟୋମକେଶ ରାୟ, ଭୂପିନ୍ଦର ସିଂ ଓ ସଞ୍ଜୀବ ମଲ୍ଲିକଙ୍କ ନାଁ । ସେହିପରି ଜଣେ ବରିଷ୍ଠ ବିଧାୟିକା ହୋଇପାରନ୍ତି ବାଚସ୍ପତି । କାହାକୁ ମିଳିବ ମନ୍ତ୍ରୀପଦ ତାଉପରେ ଏବେ ନଜର । .

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

5 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

12 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

20 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

22 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

30 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

55 mins ago