କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ, ଆଜି ଦିଲ୍ଲୀରେ ଦଳୀୟ ବିଧାୟକ ଓ ନେତାଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର (କେନ୍ୟୁଜ୍): ରାହୁଲ ଗାନ୍ଧୀଙ୍କ ସହ ବୈଠକ ଆଜି । ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧୀଙ୍କ ଡାକରା ପରେ କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କଂଗ୍ରେସ ନେତା । ପିସିସି ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ୨୦୨୪ ପୂର୍ବରୁ ସଂଗଠନ ସୁଦୃଢ ପାଇଁ ହେବ ବ୍ୟାପକ ଆଲୋଚନା କରିବେ । ରାହୁଲ ଗାନ୍ଧୀଙ୍କ ସହ ଓ୍ଵାନ୍‌ ଟୁ ଓ୍ଵାନ୍‌ ଆଲୋଚନାରେ ଭାଗ ନେବେ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ନେଇ ଦିଲ୍ଲୀରେ ନିଷ୍ପତ୍ତି ହେବ ।

କାହାକୁ ସଭାପତି କଲେ ଦଳର ସ୍ଥିତିକୁ ପୁଣି ମଜବୁତ କରି ହେବ ସେ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ । ଏହା ସହ ବିଧାୟକଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବ ବୋଲି କୁହାଯାଉଛି । କେବଳ ସଂଗଠନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ବିଷୟରେ ତର୍ଜମା ହେବ । ତେବେ କଂଗ୍ରେସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି, ଦଳୀୟ ନେତାଙ୍କ ଭିତରେ ଅର୍ନ୍ତକନ୍ଦଳ । ଦିଲ୍ଲୀ ଗସ୍ତରେ ବି ଏହାର ଆଭାସ ଦେଖିବାକୁ ମିିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.