କିଏ ହେବେ ପିପିଲି ପ୍ରାର୍ଥୀ? ମୁହଁ ଖୋଲିଲେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ, କହିଲେ ସୁଯୋଗ ମିଳିଲେ ନିର୍ବାଚନ ଲଢିବି

ପିପିଲି : ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପିପିଲିରେ କିଏ ହେବେ ପ୍ରାର୍ଥୀ ? ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଯୋଗାଡ କରିବାରେ ଲାଗିଛନ୍ତି । ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ।

ସେ କହିଛନ୍ତି ନିର୍ବାଚନରେ ସୁଯୋଗ ମିଳିଲେ ଖୁସି ହେବି । ପ୍ରାର୍ଥୀ କିଏ ହେବେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ । ବିଜେପି ଓ କଂଗ୍ରେସର କିଏ ହେବେ ପ୍ରାର୍ଥୀ ତା ଉପରେ ମଧ୍ୟ ନଜର ରହିବ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି ।

Leave A Reply

Your email address will not be published.