ଢେଙ୍କାନାଳ ଆଇଟିଆଇ କଲେଜରେ କଣ ଘଟୁଛି? ପ୍ରାର୍ଥନା ସଭାରେ କାହିଁକି ଅଚେତ ହେଉଛନ୍ତି ଛାତ୍ରଛାତ୍ରୀ ?

ଢେଙ୍କାନାଳ(କେନ୍ୟୁଜ୍): ପ୍ରାର୍ଥନା ସଭାରେ କାହିଁକି ଅଚେତ ହେଉଛନ୍ତି ଛାତ୍ରଛାତ୍ରୀ ? ପ୍ରାର୍ଥନା ବେଳେ ଅଚେତ ହେବାର କାରଣ କଣ ? ଢେଙ୍କାନାଳ ସରକାରୀ ଆଇଟିଆଇ କଲେଜରେ ବାରମ୍ବାର ଏଭଳି ଘଟଣା ପରେ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଛି । ଗତକାଲି ପ୍ରାର୍ଥନା ସଭା ଚାଲୁଥିବା ବେଳେ ପୁଣି ୩ ଛାତ୍ରୀ ଚେତାଶୁନ୍ୟ ହୋଇପଡ଼ିଥିଲେ । ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ କ୍ୟାମ୍ପସ ପରିସରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

ଗତ ଶୁକ୍ରବାର ପ୍ରାର୍ଥନା ସଭାରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଆଇଟିଆଇ ଛାତ୍ର ଅଭିଜିତ ଦାସ । ଡାକ୍ତରଖାନାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଜିତ କଲେଜ ହଷ୍ଟେଲରେ ରହୁଥିଲେ । ସବୁଦିନ ଭଳି ସକାଳ ୯ଟାରେ ପ୍ରାର୍ଥନା ସଭାକୁ ଆସିଥିଲେ । ତେବେ ପ୍ରାର୍ଥନା ଚାଲୁଥିବା ବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା । ପରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଏହି ଘଟଣା ପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେବେ ସହପାଠୀଙ୍କୁ ହରାଇ ଅନ୍ୟ ଛାତ୍ରଛାତ୍ରୀ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ଅନୁମାନ କରାଯାଉଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.