କାହିଁକି ପତ୍ନୀକୁ ମରଣାନ୍ତକ ଆକ୍ରମଣ କଲେ ବଲାଙ୍ଗିର କନେଷ୍ଟବଳ ? କାରଣ ଖୋଜୁଛି ପୋଲିସ
ବଲାଙ୍ଗିର : କନେଷ୍ଟବଳ ଦମ୍ପତିଙ୍କ ପାରିବାରିକ କଳହ । ଦେଢ଼ ବର୍ଷ ତଳେ ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲା । ବେଶ୍ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ଏମିତି କଣ ହେଲା ଯେ, କନେଷ୍ଟେବଳ ନିଜ ସ୍ତ୍ରୀକୁ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ? ଯାହା ବର୍ତ୍ତମାନ ରହସ୍ୟ ଘେରରେ । କିନ୍ତୁ କନେଷ୍ଟବଳ ସ୍ତ୍ରୀ ନୁପୁରଙ୍କ ବୟାନ ଆସିବା ପରେ ବଦଳିଛି ଘଟଣାର ମୋଡ଼.. । ନୁପୁର ନିଜେ ମଧ୍ୟ ସ୍ବାମୀଙ୍କ ଏଭଳି କରିବା ପଛରେ କଣ କାରଣ ଜାଣି ନାହାଁନ୍ତି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଯେଉଁ ସ୍ବାମୀ ତାଙ୍କୁ ଏତେ ଭଲପାଏ ସେ ତାଙ୍କ ସହ ଏପରି କେମିତି କରିପାରିଲେ ସେ ବିଶ୍ବାସ କରିପାରୁ ନାହାଁନ୍ତି ।
ତେବେ ଗତ ସୋମବାର ଦିନ ରାସ୍ତାରେ କନେଷ୍ଟବଳ ଦମ୍ପତିଙ୍କ ଯାଉଥିବା ସମୟରେ ସ୍ବାମୀ ନିଜ କନେଷ୍ଟେବଳ ସ୍ତ୍ରୀକୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଜୀବନରୁ ମାରିଦେବାକୁ ଉଦ୍ୟମ କରି ଫେରାର ହୋଇଥିଲେ କନେଷ୍ଟବଳ ଜ୍ୟୋତି ପ୍ରଧାନ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳ ବଲାଙ୍ଗୀରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ଚିକିତ୍ସିତ ହେଉଥିଲେ। ପୋଲିସ ଦମ୍ପତ୍ତିଙ୍କ ଦଶ ମାସର ଏକ ଛୋଟ ଶିଶୁ ମଧ୍ୟ ଅଛି । ଏନେଇ ମହିଳା କନେଷ୍ଟବଳ ନୁପୁର ବିଶ୍ୱାଳ ସ୍ୱାମୀ ଜ୍ୟୋତି ପ୍ରଧାନ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିବା ସହ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ନିଜ ଏକ ସହଯୋଗୀ ଜଗା ସହ ଉଦ୍ୟମ କରିଥିଲେ ।
ଲୋକଙ୍କ ପାଇଁ ସିନା ନୁପୁରଙ୍କ ଜୀବନ ବଞ୍ଚି ଯାଇଛି ସତ କିନ୍ତୁ ଏବେ ବି ସେ ହସ୍ପିଟାଲ ବେଡ଼ରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଆଘାତ ଯୋଗୁଁ ନିଜେ ଭଲରେ ଖାଇ ବି ପାରୁ ନାହାନ୍ତି କି ଯନ୍ତ୍ରଣାରେ ଶୋଇ ବି ପାରୁ ନାହାନ୍ତି । ଦଶ ମାସର ଛୁଆର ଦୁଃଖ ତ ଅତ୍ୟନ୍ତ କଷ୍ଟକର । ମା କ୍ଷୀର ଖାଉଥିବା ପିଲାର କଣ ବା ଭୁଲ ? ଏନେଇ ନୁପୁର ବିଶ୍ବାଳ ତାଙ୍କ ସ୍ୱାମୀକୁ ଅତି ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ଏହା ସହ କେଉଁ କାରଣ ପାଇଁ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚାହୁଁ ଥିଲେ। ପୋଲିସ ତଦନ୍ତ କରନ୍ତୁ । କଣ ମୋର ଅପରାଧ ଥିଲା ମୋତେ କାହିଁକି ମାରିବାକୁ ଚାହିଁଲେ ମୋ ସ୍ବାମୀ ?
ସେପଟେ ପରିବାର ଲୋକ ଓ ନୁପୁର କହିବା ଅନୁସାରେ, ଉଭୟ ବଲାଙ୍ଗୀର ରିଜର୍ଭ ପୋଲିସରେ କାମ କରୁଥିଲେ ଏକ ମାତ୍ର ସନ୍ତାନ ଓ ଶାଶୁ ଶଶୁରଙ୍କ ସହ ବେଶ ହସ ଖୁସିରେ ରହୁଥିଲେ ନା କୌଣସି ଘରୋଇ କଳହ ଥିଲା ନା ସ୍ୱାମୀ ସ୍ତ୍ରୀ ଭିତରେ କୌଣସି ସମସ୍ୟା ।ହେଲେ ନୁପୁରଙ୍କ ଦାବୀ ଶୀଘ୍ର ତାଙ୍କ ଫେରାର ସ୍ୱାମୀକୁ ଧରାଯାଉ ନ ହେଲେ ସେ ହସ୍ପିଟାଲରୁ ଘରକୁ ଗଲେ ସେ ପୁଣି ମାରିଦେବ ବୋଲି କହିଛନ୍ତି ।