ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ୪ରୁ୫ ଦିନରେ ଆସିବ ହତ୍ୟାର କାରଣ

ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଲେଖିପାରେ କ୍ରାଇମବ୍ରାଞ୍ଚ ।ଏଥିରେ ଆସିପାରେ ନବ ଦାସଙ୍କୁ କାହିଁକି ଗୁଳି ମାରିଥିଲା ଗୋପାଳ ଦାସ । ସୂଚନା ଅନୁସାରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ ଓ ଦ୍ୱିତୀୟରେ ପୁରୁଣା ଝଗଡ଼ା ।

କେନ୍ୟୁଜ୍(ବ୍ୟୁରୋ): ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? କ’ଣ ଥିଲା ଗୋପାଳର ମର୍ଡର ମୋଟିଭ୍‌ ? ୪/୫ ଦିନ ଭିତରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ । ଦାଖଲ ହେବ ପ୍ରିଲିମିନାରୀ ଚାର୍ଜସିଟ । ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଲେଖିପାରେ କ୍ରାଇମବ୍ରାଞ୍ଚ ।ଏଥିରେ ଆସିପାରେ ନବ ଦାସଙ୍କୁ କାହିଁକି ଗୁଳି ମାରିଥିଲା ଗୋପାଳ ଦାସ । ସୂଚନା ଅନୁସାରେ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମଟି ହେଲା ବ୍ୟକ୍ତିଗତ କାରଣ ଓ ଦ୍ୱିତୀୟରେ ପୁରୁଣା ଝଗଡ଼ା ।

ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ସ୍ୱୀକାର କରି ସାରିଛି ଗୋପାଳ । ହତ୍ୟାର କାରଣ ବି କହି ସାରିଛି ଅଭିଯୁକ୍ତ । ବ୍ୟକ୍ତିଗତ କାରଣ ପାଇଁ ଗୁଳି ମାରିଥିବା କହିଛି । ଅହମ୍ମଦାବାଦର DFSSରେ ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟରେ ମଧ୍ୟ ଏକଥାକୁ ସେ ସ୍ୱୀକାର କରିଛି । ଏହି ରିପୋର୍ଟକୁ ମଧ୍ୟ କୋର୍ଟରେ ଦାଖଲ କରିବ କ୍ରାଇମବ୍ରାଞ୍ଚ । କେମିତି ହତ୍ୟା କରିଥିଲା, ଏହାର ଡେମୋ ଦେଖାଇଛି ଗୋପାଳ । ଜାନୁଆରୀ ୨୯ରେ ହୋଇଥିଲା ହତ୍ୟାକାଣ୍ଡ। ୧୨୦ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ ଦାଖଲର ନିୟମ ରହିଛି।

ମାନସିକ ଅବସାଦରେ ଗୋପାଳ ଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିନପାରେ । ଏହା ସଜାକୁ କମାଇପାରେ । ଅଭିଯୁକ୍ତ ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ଦାସ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଯୋଗାଡ଼ ହୋଇଛି । ଫରେନ୍ସିକ୍‌ ଏଭିଡେନ୍ସ, ପାରିପାର୍ଶ୍ଵିକ ସ୍ଥିତି, ସାକ୍ଷୀମାନଙ୍କ ବୟାନ କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ପ୍ରଫେସନାଲ ଏଜେନ୍ସୀର ରିପୋର୍ଟ ଆଧାରରେ ଚାର୍ଜସିଟ ପ୍ରସ୍ତୁତ ହୋଇଛି ।

ନୂଆଦିଲ୍ଲୀର CFSLର ନିର୍ଦ୍ଦେଶିକା ଝାରସୁଗୁଡ଼ା ଆସି ଗୋପାଳର ଲେୟାର୍ଡ ଭଏସ ଅନାଲିସିସ ଓ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ କରିଥିଲେ । ସେହିଭଳି ଅହମ୍ମଦାବାଦର DFSS ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ତଦନ୍ତକାରୀ ସଂସ୍ଥାର ଗୋଟିଏ ଲକ୍ଷ୍ୟ, ଅଭିଯୁକ୍ତ କିଭଳି ଆଇନ ପଞ୍ଝାରୁ ଖସି ନଯିବ । ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ସଂସ୍ଥା ତଦନ୍ତ କରିଛନ୍ତି । ଦୋଷୀକୁ କଠାର ଦଣ୍ଡବିଧାନ ସରକାର ଚାହୁଁଛନ୍ତି ବୋଲି କହିଥିଲେ ନବୀନ ପଟ୍ଟନାୟକ । ସେହି ଆଧାରରେ ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ ।

୨୦୧୫ ଯାଏ ମାନସିକ ଅବସାଦରେ ଥିଲା ଗୋପାଳ ଦାସ । ସେଥିପାଇଁ ମେଡିସିନ୍‌ ଖାଉଥିଲା । କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ ପି ଦାସ । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳି ମାରିଥିଲା ଗୋପାଳ ଦାସ । କାରରୁ ଓହ୍ଲାଇବା ବେଳେ ପଏଣ୍ଟ ବ୍ଲାଙ୍କରୁ କରିଥିଲା ଫାୟାରିଂ । ଏବେ ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ଅଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ସ୍ୱତନ୍ତ୍ର ସେଲରେ ରହିଛି ଗୋପାଳ ।

 

Leave A Reply

Your email address will not be published.