କିର୍ତ୍ତନ ଗାଦିରେ କାହିଁକି ୧୪୪ ଧାରା ଜାରି କଲ? ପୋଲିସ ସମେତ ଆରଆଇଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଵାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତ ଵାରାକୁହ୍ଲା ଗାଁରେ ୭ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଆର.ଆଇଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଦୀର୍ଘ ୪ଘଣ୍ଟା ଅଟକ ରଖିବା ପରେ ଛାଡିଥିଲେ ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ ବାରାକୁହ୍ଲା ଠାରେ କିର୍ତ୍ତନ ଗାଦିକୁ ନେଇ ଦୀର୍ଘ ଦିନ ଧରି ବିବାଦ ରହିଥିଲା। ହେଲେ ଆଜି ଵାଂଶଡା ଥାନା ଅଧିକାରୀ ସମେତ ୭ କର୍ମଚାରୀ  ଯଶୀପୁର ଆରଆଇ ଗାଁକୁ ଆସି ସେହି ସ୍ଥାନରେ ନାଲି ପତାକା ମାରି ୧୪୪ ଧାରା ଜାରି କରିଥିଲେ। ହେଲେ ଏହାକୁ ବିରୋଧ କରି ପୋଲିସ ଗାଡିକୁ ଅଟକାଇଥିଲେ। କାହାକୁ ନଜଣାଇ କ’ଣ ପାଇଁ ନାଲି ପତାକା ମାରି ୧୪୪ ଧାରା ଜାରି କରିଛନ୍ତି ଏହାକୁ ବିରୋଧ କରି ଗାଆଁ ମହିଳା ଧାରଣାରେ ବସି ପୋଲିସ ଗାଡିକୁ ଅଟକାଇ ଥିଲେ ।

କେବଳ ପୋଲିସ ନୁହେଁ ଯଶୀପୁର ପଞ୍ଚାୟତର ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଅଟକାଇ ରଖିଥିଲେ ‌। ଆସନ୍ତା ୫ ତାରିଖ ଏହି ଗାଦି ପାଖରେ ନବରାତ୍ର ହେବାର ଅଛି। ହେଲେ ଆଜି ନାଲି ପତକା ମାରିଥିଲା ପୋଲିସ। ଦୀର୍ଘ ସମୟ ଧରି ଅଟକାଇବା ପରେ ଆସନ୍ତା ୨ ତାରିଖରେ ଗ୍ରାମବାସୀଙ୍କୁ ସମୂହ ଆଲୋଚନା କରିବାକୁ ନିଷ୍ପତ୍ତି ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହୃତ କରି ପୋଲିସକୁ ଛାଡ଼ିଥିଲେ। ଏହି ସମ୍ପର୍କରେ ପୋଲିସ ଓ ରାଜସ୍ୱ ନିରୀକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.