କାଳିଅାର ପ୍ରସାଦକୁ କାହିଁକି କୁହାଯାଏ ମହାପ୍ରସାଦ : ଜାଣନ୍ତୁ ରହସ୍ଯ

କେବଳ ଓଡିଆ କିମ୍ବା ହିନ୍ଦୁଙ୍କର ନୁହେଁ, ବରଂ ଜଗତର ନାଥ ବୋଲି ସେ ଜଗନ୍ନାଥ । ସେଥି ପାଇଁ ତାଙ୍କ ଦେଉଳ ‘ବଡ ଦେଉଳ’ ଦାଣ୍ଡ ‘ବଡ ଦାଣ୍ଡ’। ଆଉ ପ୍ରସାଦ ହେଉଛି ‘ମହାପ୍ରସାଦ’ । ଯାହାର କାଣିଚାଏ ତୁଣ୍ଡରେ ଲାଗିଲେ ସାତ ଜନ୍ମର ପୂଣ୍ଯ ଲଭିଥାଏ ମଣିଷ । ସେଇଥିପାଇଁ ତାକୁ ବଢା ଯାଏ ନାହିଁ, ଚଣ୍ଡାଳ ହାତରୁ ବି ନିଏ ବ୍ରାହ୍ମଣ । ସେ ମହାପ୍ରସାଦର ମହାବୈଚିତ୍ରତାକୁ ନେଇ ଏଇ ସତ୍ବନ୍ତ୍ର ଉପସ୍ଥାପନ।

ଯେକୌଣସିବି ତୀର୍ଥ ସ୍ଥାନରେ ମିଳୁ ଥିବା ପ୍ରସାଦକୁ ପ୍ରସାଦ ହିଁ  କୁହାଯାଇଥାଏ । କିନ୍ତୁ  ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ତୀର୍ଥ ସ୍ଥାନରେ ମିଳୁଥିବା ପ୍ରସାଦକୁ ମହାପ୍ରସାଦ କୁହାଯାଏ । ଶ୍ରୀଜଗନ୍ନାଥ ମନ୍ଦିର ହିଁ ଏକ ମାତ୍ର ସ୍ଥାନ ଯେଉଁ ଠାରେ ତାଙ୍କ ପ୍ରସାଦକୁ ମହାପ୍ରସାଦ କୁହାଯାଏ । ଏବେ ଆସନ୍ତୁ ଜାଣିବା ଲୁଚି ରହିଥିବା ରହସ୍ଯ ।

jagannath-temple

ଏକଦା ଭଗବାନ ମହାପ୍ରଭୂ ବଲ୍ଲଭାଚାର୍ଯ୍ଯ ଏକାଦଶୀ ଉପବାସରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚିନ୍ତା କଲେ ଏହି ଉପବାସରେ ବଲ୍ଲଭାଚାର୍ଯ୍ଯଙ୍କ ନିଷ୍ଠାର ପରିକ୍ଷା ନେବା ପାଇଁ ।  ସେଥି ପାଇଁ, ଛଳନାରେ ଜଣଙ୍କ ହାତରେ ପ୍ରସାଦ ଦେଇ ବଲ୍ଲଭାଚାର୍ଯ୍ଯଙ୍କ ନିକଟକୁ ପଠାଇଲେ । ବଲ୍ଲଭାଚାର୍ଯ୍ଯ ପ୍ରସାଦ ପାଇବା ପରେ ଏହାକୁ ଦେଖି ଦେଖି ଦିନ ପରେ ରାତି କାଟିଦେଇଥିଲେ । ଏହାକୁ ଗ୍ରହଣ ନକରି ନିଷ୍ଠାର ସହ ବ୍ରତ ପାଳନ କରିଥିଲେ । ଏବଂ ଦ୍ବାଦଶୀ ଦିନ ଏହି ପ୍ରସାଦକୁ ସେବନ କରିଥିଲେ । ଏହି ଦିନ ପରଠୁ ପ୍ରସାଦକୁ ମହାପ୍ରସାଦ ରୂପରେ ସମସ୍ତେ ଜାଣିବାକୁ ପାଇଲେ । ଏହି ମହାପ୍ରସାଦ ରାନ୍ଧିବା ପାଇଁ ଶ୍ରୀମନ୍ଦିରରେ ୫୦୦ଜଣ ରୋଷେୟା ଓ ସହଯୋଗ ପାଇଁ ୩୦୦ଜଣ ସହଯୋଗୀ ନିଯୁକ୍ତ ଅଛନ୍ତି । ଆଉ ମଧ୍ୟ କୁହାଯାଏ ଏସବୁ ମା’ ଲକ୍ଷ୍ମୀଙ୍କ ଆଢୁଆଳରେ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.