ରତ୍ନଭଣ୍ଡାରକୁ ନେଇ ରହିଛି ବହୁ କିମ୍ବଦନ୍ତୀ ଓ ଲୋକଶ୍ରୁତି, ତେବେ ଏହି କଥାକୁ ନେଇ କାହିଁକି ଏତେ ଚର୍ଚ୍ଚା

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ରାଜ୍ୟବାସୀ ଏହାକୁ ବି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୧୪ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଣାମାଧ୍ୟକୁ ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଥର ବୈଠକ ବସିସାରିଛି । ତଦାରଖ କମିଟି ଦ୍ବାରା ଏସଓପିକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଯିବା ପରେ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ଏସଓପିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି ରାଜ୍ୟ ସରକାର । ଆଉ କିଛି ଆବଶ୍ୟକତା ଜରୁରୀ ଥିଲେ ଏଥିରେ ଯୋଡ଼ାଯିବ ବୋଲି କହିଛନ୍ତି ବିଶ୍ବନାଥ ରଥ ।

ରାଜ୍ୟ ସରକାରଙ୍କ ଅନୁମତି ଏସଓପି ଆସିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ଭିତର ରତ୍ନଭଣ୍ଡାର। ପୂର୍ବରୁ ୧୯୮୨ ଓ ୧୯୮୫ରେ ସାମାନ୍ୟ ବ୍ଯବହାର ଅଳଙ୍କାର ପାଇଁ ଏହାକୁ ଖୋଲାଯାଇଥିଲା । ତେବେ ୨୦୧୮ରେ ଏହି ଉଦ୍ୟମ ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ତାରିଖ ଧାର୍ଯ୍ୟ ହୋଇଛି। ୧୪ ତାରିଖରେ ନିଶ୍ଚୟ ଭିତର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ଜଷ୍ଟିସ ରଥ। ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଭିତର ମରାମତି ପାଇଁ ଏଏସଆଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆବଶ୍ଯକ ପଡ଼ିଲେ ୨୪ ଘଣ୍ଟା କାମ କରି ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ।

ସେହିପରି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟ ନିଷ୍ପତ୍ତି ଆସିବ। SOP ଯାହା ନିର୍ଦ୍ଧାରଣ ହୋଇଛି ସେ ନେଇ ତର୍ଜମା ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ। ରତ୍ନଭଣ୍ଡାର ଖୋଲିବା ପାଇଁ Sop ପ୍ରସ୍ତୁତ ହୋଇସାରିଛି। ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରସ୍ତାବ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏସଓପି ସହ ୧୪ରେ ଖୋଲିବାକୁ ପ୍ରସ୍ତାବ ଦେଇଥିଲା କମିଟି

You might also like