କଣ ପାଇଁ IAS ହେବାକୁ ସ୍ୱପ୍ନ ଦେଖୁଥିବା ଝିଅ ନେଲା ଚରମ ନିଷ୍ପତି? କାହିଁକି ମୃତ୍ୟୁ ସମୟରେ ବାପାଙ୍କୁ କରୁଥିଲା ଏତେ ଘୃଣା

ବ୍ରହ୍ମପୁର : ପୂରା ଶରୀର ଯେତେବେଳେ ଜଳାପୋଡା ହେଉଥିଲା ଭାରି କଷ୍ଟ ହେଉଥିଲା ସେତେବେଳେ ଝିଅ କହୁଥିଲା ମୋତେ ବାପା ଧରିକି ନେଲେ କି ମୋତେ ଛୁଇଁଲେ ମୁଁ ଆମ୍ବୁଲାନ୍ସରେ ବସିବିନି, ମରିଯିବି ପଛେ କିନ୍ତୁ ସେ ମୋତେ ନେଲେ ମୁଁ ଯିବିନି । ଏକଥା ଆଜ୍ଞା ଆମେ କହୁନୁ ଝିଅକୁ ରାସ୍ଥାରୁ ଛଟପଟ ହେଉଥିବା ବେଳେ ଉଦ୍ଧାର କରିଥିବା ବ୍ୟକ୍ତି କହୁଛନ୍ତି । ସେ କଣ କହୁଛନ୍ତି ଆପଣ ବି ଥରେ ଶୁଣିନିଅନ୍ତୁ ।
ଆଇଏଏସ ଅଫିସର ହେବାର ସ୍ୱପ୍ନ ରଖିଥିଲେ । ଉତ୍ତମ ପାଠ ପଢୁଥିଲେ ଓ ମେଧାବୀ ମଧ୍ୟ ଥିଲେ । କିନ୍ତୁ ପରିବାର ମଧ୍ୟରେ କଳହ ଯୋଗୁଁ ଆଜି ସବୁକିଛି ଯେମିତି ଛାରକାର ହେଇଯାଇଛି । ସ୍ବପ୍ନ ତ ଭାଙ୍ଗିଛି ତାସହିତ ଜୀବନ ବି ଚାଲିଯାଇଛି । ଚରମ ନିଷ୍ପତ୍ତି ନେଇଯାଇ ମୃତ୍ୟୁବରଣ କରିଛନ୍ତି ରାଣୀ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତାରେ । ଗତ କାଲି ସଂଧ୍ୟାରେ ଅଶୋକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ରାଣୀ ପ୍ରଧାନ ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ ଆଉ ଏଥିପାଇଁ ନେଇଥିଲେ ପେଟ୍ରୋଲର ସାହାରା । ପାରିବାରିକ କଳହକୁ କେନ୍ଦ୍ର କରି ସେ ଏଭଳି ପଦେକ୍ଷେପ ନେଇଥିବା ଜଣାପଡିଛି । ଅଶୋକ ନିଜ ପରିବାର ସହ କୁକୁଡାଖଣ୍ଡି ମୁଖ୍ୟ ରାସ୍ତାରେ ଥିବା ବ୍ଲକ କାର୍ଯ୍ୟାଳୟ ନିକଟରେ ରହୁଛନ୍ତି । କୌଣସି କାରଣକୁ ନେଇ ରାଣୀ ଓ ତାଙ୍କ ବାପା ଅଶୋକ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଣୀ ଉତକ୍ଷିପ୍ତ ହେଇଯାଇଥିଲେ । କିଛି ସମୟ ପରେ ପେଟ୍ରୋଲ ଢ଼ାଳି ନିଜକୁ ନିଜେ ଶେଷ କରିଦେବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ହୁ ହୁ ହୋଇ ଜଳିବା ପରେ ସେ ଘର ଭିତରୁ ବାହାରକୁ ଦୌଡି ଆସିଥିଲେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବତୀ ଆତ୍ମାହୁତି ଦେଉଥିବାର ଦେଖି ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କରି ଆଜି ସକାଳୁ ମୃତ୍ୟୁ ହୋଇଛି ।
ରାଣୀ ଯୁକ୍ତ ୩ ଶେଷ ବର୍ଷରେ ରେ ପାଠ ପଢୁଥିଲେ । ସେ ସାଙ୍ଗ ମାନଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଭଲ ପାଠ ପଢୁଥିଲେ । କିନ୍ତୁ କଣ ପାଇଁ ଏଭଳି ପଦକ୍ଷେପ ନେଲ ତାଙ୍କ ବନ୍ଧୁ ମାନେ ଜାଣିନଥିବା କହିଛନ୍ତି ।ସେପଟେ ମୃତ ରାଣୀଙ୍କ ସାବତ ମା ତାଙ୍କୁ ସବୁବେଳେ ପାଠ ପଢାରେ ସହଯୋଗ କରୁଥିଲେ ଏବଂ ତାଙ୍କ ବାପା ମଦ୍ୟପାନ କରୁଥିବାରୁ ରାଣୀ ତାହାକୁ ବିରୋଧ କରିବା ସହ ବାପା ଓ ଝିଅଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିବା କହିଛନ୍ତି ମୃତ ରାଣୀଙ୍କ ସାବତ ମା ।
ଗତକାଲି ସଂଧ୍ୟାରେ ଏଭଳି ଏକ ଘଟଣା ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସ ଡାଇଙ୍ଗ୍ ଡିକ୍ଲାରେସନ ମଧ୍ୟ ରେକର୍ଡ କରିଛି । ଯେଉଁଥିରେ ସନ୍ଦେହରେ ମୃତ ରାଣୀଙ୍କ ବାପାଙ୍କୁ ଥାନାରେ ପଚରା ଉଚୁରା କରୁଛି ପୋଲିସ । ସେପଟେ ମୃତ ରାଣୀ ଓ ତାଙ୍କ ବାପା ମାଙ୍କ ସହ ସବୁବେଳେ ଝଗଡ଼ା ହେଉଥିବା ବେଳେ ତାହାକୁ ନେଇ ଏଭଲି ଘଟଣା ହୋଇଥିବା ପୋଲିସ ପ୍ରାଥମିକ ତତନ୍ତରୁ ଜଣାପଡିଥିବା ବ୍ରହ୍ମପୁର ଏସପି କହିଛନ୍ତି । ଏହା ସହ ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ସେ କଣ ପାଇଁ ଏଭଳି ପଦକ୍ଷେପ ନେଲେ।
ରାଣୀ ପ୍ରଧାନଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲରେ ମୃତ ଶରୀରର ପୋଷ୍ଟ ମୋର୍ଟମ ସରିବା ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଜଣେ ଯୁବତୀ ଏଭଳି ଚରମ ନିଷ୍ପତ୍ତି ନେଲେ, କାହିଁକି ଜଣେ ମେଧାବୀ ଛାତ୍ରୀ ଏମିତି ଅକାଳରେ ଝଡିପଡିଲେ ଏବଂ କଣ ପାଇଁ ବାପାଙ୍କ ଠାରୁ ୫୦୦ ଟଙ୍କା ଆଣି ନିଜ ଏମିତି କଲେ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଜଣାପଡିବ ।