ଗାଁରୁ ଆସି ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଦୁଇ ମହିଳା କାହିଁକି ଖୋଜୁଥିଲେ ରାଣୀ ପଣ୍ଡାଙ୍କୁ ?

ଦୁଃଖ ସହିତ ବନ୍ଧୁ ବାନ୍ଧି ଲୁହକୁ ଆପଣେଇ ଥିବା ମଣିଷର ଜୀବନ ଶେଷ ଯାଏ ଦୁଃଖ ସରେନି l ଆଖି ଲୁହ ଶୁଖି ଯାଏ କିନ୍ତୁ କଷ୍ଟର ଅନ୍ତ ଆସେନି l ଦିନର ସୁରୁଜ ରାତିର ଜହ୍ନ ହିଁ କେବଳ ଏମାନଙ୍କର ମୁକ ସାକ୍ଷୀ l ଆମେ ଏକଥା କହିବା ପଛରେ ତାତ୍ପର୍ଯ୍ୟ କଣ ଆସନ୍ତୁ ଜାଣିବା…

ଦୁଇ ଜଣ ମହିଳା ରାଜଧାନୀର ଏ ଗଳି ସେ ଗଳି ବୁଲି ବୁଲି ଖୋଜି ଚାଲିଥିଲେ ବରିଷ୍ଠ ଅଭିନେତା ଉତ୍ତମଙ୍କ ଏକାଦଶାହ କେଉଁ ସ୍ଥାନରେ ପାଳନ ହେଉଛି l ସେମାନଙ୍କୁ ଦେଖି ଆମେ ଭାବିଥିଳୁ ବୋଧ ହୁଏ ଏମାନେ ଅଭିନେତା ଉତ୍ତମ ମହାନ୍ତିଙ୍କର ଫ୍ୟାନ ହୋଇଥିବେ l ହେଲେ ନା ସେମାନେ ଫ୍ୟାନ ଥିଲେ ନା ଉତ୍ତମ ମହାନ୍ତିଙ୍କ ଏକାଦଶାହକୁ ଆସିଥିଲେ l ସେମାନେ ଦୁଃଖର ପାହାଡ଼ ମୁଣ୍ଡେଇ ସୁଦୁର ଭଦ୍ରକ ଜିଲ୍ଲାରୁ ଦୌଡ଼ି ଆସିଥିଲେ ଭୁବନେଶ୍ୱର l କଣ ପାଇଁ ଏତେ ବାଟ ଆସିଥିଲେ ସେକଥା ଶୁଣିଲେ ଆପଣଙ୍କ ମନ କଷ୍ଟ ହେବ କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ମଣିଷ ମଧ୍ୟ ଏ ସମାଜରେ ଅଛନ୍ତି l ଏମାନେ ଏଠାରେ ପହଞ୍ଚିବା ପାଇଁ କେତେ କଷ୍ଟ କରିଛନ୍ତି l ଅଟୋ ଚାଳକ ଟାକ୍ସି ଚାଳକ ଠାରୁ ଆରମ୍ଭ କରି ଦୋକାନୀ କୁହୁନ୍ତୁ କି ସାଧାରଣ ମଣିଷ ଯାଏ ସମସ୍ତଙ୍କୁ ପଚାରି ପଚାରି ପହଞ୍ଚିଥିଲେ ଏହି ସ୍ଥାନରେ l

ତେବେ ସେହି ଦୁଇ ମହିଳା ଯେତେବେଳେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ପହଞ୍ଚିଥିଲେ ଜଗନ୍ନାଥ ବିହାର ଅଞ୍ଚଳରେ l ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ କି ତେବେ ଏ ଦୁଇ ମହିଳା କାହିଁକି ଆସିଛନ୍ତି ଭଦ୍ରକରୁ ରାଜଧାନୀ l ସେଇଠି ପହଞ୍ଚିଲା ପରେ ଜଣେ ମହିଳା ପ୍ରଥମେ ସିକୁରିଟି ଗାର୍ଡଙ୍କ ସହିତ କଥା ହେଉଥାନ୍ତି l କିଛି ସମୟ ତ ସେମାନଙ୍କ କଥା ଶୁଣି ଆମକୁ ବିଶ୍ୱାସ ହେଲାନି କି ଏମାନେ ଦୁଇ ମହିଳା ଏଇଥି ପାଇଁ ଆସିଥିବେ ବୋଲି l

କାହାକୁ ଖୋଜୁ ଥିଲେ କଣ ଖୋଜୁ ଥିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ? ସେ କୌଣସି ରାଜନେତା କି ସମାଜ ସେବକଙ୍କୁ ଖୋଜି ନଥିଲେ । ସେମାନେ ପଚାରି ବୁଝୁଥିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏହି ଦଶାହ କାର୍ଯ୍ୟକୁ ଆସିବେ କି ନାହିଁ l ରାଣୀ ଆସିଲେ ତାଙ୍କ ସହିତ ଦେଖା ହୋଇ ସାହାଯ୍ୟ ମାଗିବେ ଜଣେ ମହିଳା ନିଜ ଝିଅର ଚିକିତ୍ସା ପାଇଁ ଅନ୍ୟ ଜଣେ ସ୍ୱାମୀର ଚିକିତ୍ସା ପାଇଁ l ଦୀର୍ଘ ବର୍ଷ ହେଲା ନିଜ ଝିଅର ଦେହ ହାଡ଼ ସବୁ ଆପେ ଆପେ ଭାଙ୍ଗି ଯାଉଛି ତାକୁ ଭଲ କରିବା ପାଇଁ ଦୁଇ ବର୍ଷ ହେବ ରାଣୀ ପଣ୍ଡା ଫୋନ୍ ନମ୍ବର ଟିକେ ପାଇବା ପାଇଁ ଖୋଜି ବୁଲୁଛନ୍ତି l ଆଉ କାହାଠାରୁ ପାଇଲେ ନାହିଁ ରାଣୀ ପଣ୍ଡାଙ୍କ ନମ୍ବର l ଶେଷରେ ଆସିଥିଲେ ଉତ୍ତମ ମହାନ୍ତିଙ୍କ ଏକାଦଶାହରେ କାଳେ ରାଣୀ ପଣ୍ଡା ଆସିଲେ ଦେଖା ହେବ କିନ୍ତୁ ଦେଖା ହେଲା ନାହିଁ କି ନମ୍ବର ମିଳିଲା ନାହିଁ ଏକଥାରେ ଭାଙ୍ଗି ପଡ଼ିଥିଲେ ଦୁଇ ମହିଳା l ଶେଷରେ ନିରାଶ ହୋଇ ନିଜ ଗାଁ କୁ ଫେରି ଗଲେ l ଯାହାଠାରୁ ଆଣିଲେ ରାଣୀ ପଣ୍ଡା ନମ୍ବର ସେହି ଗୋଟିଏ ନମ୍ବର l ଆଉ ସେ ନମ୍ବରରେ ଯେତେ କଲ କଲେ ଭୁଲ ନମ୍ବର ବୋଲି କହିଥିଲା l ସେପଟେ କୁନି ଝିଅଟି ରାଣୀ ଦିଦି ମୋତେ ସାହାଯ୍ୟ କର ମୋ ଗୋଡ଼ ଭଲ ହୋଇଗଲେ ମୁଁ ପାଠ ପଢ଼ି ଡାକ୍ତର ହେବି ।

ଆଜି ଯାଏ ଏମାନେ ମନରେ ଆଶା ବାନ୍ଧିକି ଅଛନ୍ତି କି କାଳେ ଦୁଇ ବର୍ଷ ପରେ ବି ଯଦି କୋଉଠି ଦେଖା ହେବ ରାଣୀ ପଣ୍ଡାଙ୍କ ସହିତ ଆଉ ଏମାନଙ୍କ ପୀଡିତା ପୀଡିତ ରାଣୀ ସାହାଯ୍ୟରେ ଟିକେ ଚିକିତ୍ସା ହୋଇ ପାରିବ ସେହି ଆଶାରେ ଚାତକ ମେଘକୁ ଚାହିଁ ରହିଲା ପରି ଅପେକ୍ଷାରେ ରହିଛନ୍ତି ଦୁଇ ଅସହାୟ ପରିବାର l

 

Also raed:ଆମ୍ବୁଲାନ୍ସକୁ ଘୋଷାଡ଼ି ନେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ରୋଗୀ ସହ ଯାତ୍ରୀ