ପାଲଲହଡ଼ା: ପୂର୍ବ ଶତ୍ରୁତାରୁ ବିଧବା ମହିଳାଙ୍କୁ ହତ୍ୟା
ପାଲଲହଡ଼ା: ପୂର୍ବ ଶତ୍ରୁତାରୁ ବିଧବା ମହିଳାଙ୍କୁ ହତ୍ୟା । ପାଲଲହଡ଼ା ଥାନା ବସୁଆଁ ପଞ୍ଚାୟତର ସୋଲଡ଼ା ଗାଁରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଆଦିବାସୀ ସଂପ୍ରଦାୟର ବିଧବା ମହିଳା ଗୁବାଇ କୁଙ୍କାଲଙ୍କର ସେହି ଗ୍ରାମର ସୁବେଦାର ସୋରେନଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଉତ୍କ୍ଷିପ୍ତ ହୋଇ ସୁବେଦାର ଗୁବାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ଗୁବାଇଙ୍କର ମୃତ୍ୟୁ ଘଟିଥିବା ବେଳେ ସୁବେଦାର ସେଠାରୁ ଫେରାର ହୋଇଯାଇଥିଲା। ଗ୍ରାମବାସୀଙ୍କ ସୂଚନା ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସୁବେଦାରଙ୍କୁ ଗିରଫ କରି ପୋଲିସର ତଦନ୍ତ ଚଲାଇଛି।