ମୁଖ୍ୟ ରାସ୍ତାକଡରେ ଥିବା ଏକ ଦୋକାନ ବାରଣ୍ଡାରୁ ବିଧବା ମହିଳା ଝୁଲନ୍ତା ମୃତଦେହ ଉଦ୍ଧାର
ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା ବଜାର ନିକଟରେ ଘଟିଛି ଅଭାନୀୟ ଘଟଣା । ଦୋକାନ ବାରଣ୍ଡାରୁ ଜଣେ ବିଧବା ମହିଳା ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁର ବିବାସିନୀ ବେହେରା ।

ଭଞ୍ଜନଗର(କେନ୍ୟୁଜ): ମୁଖ୍ୟ ରାସ୍ତାକଡରେ ଥିବା ଏକ ଦୋକାନ ବାରଣ୍ଡାରୁ ଜଣେ ବିଧବା ମହିଳା ଝୁଲନ୍ତା ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତା ବଜାର ନିକଟରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗେରେଡା ଗାଁର ବିବାସିନୀ ବେହେରା ।
ଶନିବାର ରାତିରେ ବେଲଗୁଣ୍ଠାକୁ ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ଆସିଥିଲେ । ସକାଳୁ ତାଙ୍କର ମୃତଦେହ ଦୋକାନ ବାରଣ୍ଡାରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏନେଇ ସୂଚନା ମିଳିବାପରେ ବେଲଗୁଣ୍ଠା ଥାନା ପୋଲିସ୍ ଘଟଣାସ୍ଥରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ପରେ ତାଙ୍କ ପରିଚୟ ଜଣା ପଡ଼ିବା ପରେ ପରିବାର ଲୋକେ ପହଞ୍ଚିଥିଲେ ।
ମୃତଦେହକୁ ଜବତ କରିବାପରେ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲା ପୋଲିସ୍ । କିଛି ବର୍ଷ ପୂର୍ବରୁ ,ବିବାସିନୀଙ୍କ ସ୍ବାମୀ ଏବଂ ଏକମାତ୍ର ଝିଅର ମୃତ୍ୟୁ ହୋଇଥିଲା । ସେ ଏକାକୀ , ଗେରେଡା ଗାଁରେ ରହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ସହାୟିକା ଭାବେ କାମ କରୁଥିଲେ । ତେବେ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବେଲଗୁଣ୍ଠା ଥାନା ପୋଲିସ୍।