ସ୍ୱାମୀ ସାମ୍ନାରେ ସ୍ତ୍ରୀର ଆତ୍ମହତ୍ୟା: ଓଭରବ୍ରିଜ ଉପରୁ ଡେଇଁ ଜୀବନ ହାରିଲେ ମହିଳା

ଭୁବନେଶ୍ୱର(କେନ୍ଯୁଜ୍): ସ୍ୱାମୀ ସାମ୍ନାରେ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ଘଟଣା ଘଟିଛି କାର୍ଗିଲ ବସ୍ତି ନିକଟ ରେଳ ଲାଇନ ରେ । ଘଟଣା ସ୍ଥଳରେ ଜିଆରପି ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରିଛି । ଏହି ଘଟଣାରେ ସ୍ଵାମୀକୁ ଅଟକ ରଖି ପଚରା ଉଚରା କରୁଛି ଜିଆରପି । ସୂଚନା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଘରକୁ ଫେରୁଥିବା ବେଳେ ହଠାତ ଗାଡି ଡୋର ଖୋଲି ରେଳ ଲାଇନ ଆଡ଼କୁ ଦୌଡ଼ି ଥିଲେ ମହିଳା ଜଣକ । ସେହି ସମୟରେ ଏକ ଟ୍ରେନ ଆସିଥିବାରୁ ଟ୍ରେନରେ ବାଡେଇ ହୋଇ ମହିଳାଙ୍କ ମୃତ ହୋଇଛି ।

ମୃତ ମହିଳାଙ୍କ ନାମ ସ୍ମୃତି ରେଖା ନନ୍ଦ । ସ୍ମୃତି ରେଖା ମାନସିକ ବିକାରଗ୍ରସ୍ତ ଥିବା କହିଛନ୍ତି  ତାଙ୍କ ମାଆ । ମୃତ ସ୍ମୃତି ରେଖାଙ୍କର ରହିଛି ଏକ ଛୋଟ ଝିଅ । ମୃତ ସ୍ମୃତି ରେଖାଙ୍କ ସ୍ୱାମୀଙ୍କ ନାମ  ଶୁଭାଶିଷ ରଥ ଓ ତାଙ୍କ  ଘର ପାତ୍ରପଡା ଅଞ୍ଚଳରେ।  ସ୍ମୃତିରେଖାଙ୍କ ବାପ ଘର ରବି ଟକିଜ ଅଞ୍ଚଳରେ। ଝିଅ ଜ୍ୱାଇଁ ଦୁଇ ଜଣ ଆଜି ଘରକୁ ଆସୁଥିଲେ କିନ୍ତୁ ଝିଅ ମଝି ରାସ୍ତାରେ ଏଭଳି କରିଥିବା କଥା କହିଛନ୍ତି  ମା । ଘଟଣା ସ୍ଥଳରୁ ଜିଆରପି ପୋଲିସ ସ୍ମୃତି ରେଖା ଆସୁଥିବା ଗାଡିକୁ ଜବତ କରି ତଦନ୍ତ କରୁଛି ।

 

Leave A Reply

Your email address will not be published.