ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ, ହୃଦଘାତରେ ଚାଲିଗଲା ଜୀବନ

ପରିବାର ଲୋକ କିଛି ବୁଝି ନପାରି ମହିଳାଙ୍କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଜଗତସିଂପୁର (କେନ୍ୟୁଜ):-ସହିପାରିଲେନି ସ୍ୱାମୀର ମୃତ୍ୟୁ ଖବର । ଆଉ ସାଙ୍ଗେ ସାଙ୍ଗେ ବେହୋସ ହୋଇପଡ଼ିଲେ ସ୍ତ୍ରୀ । ପରିବାର ଲୋକ କିଛି ବୁଝି ନପାରି ମହିଳାଙ୍କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏଭଳି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ହଠାତ ସ୍ତ୍ରୀଙ୍କ ଛାତି ବିନ୍ଧିଲା, ତୁରନ୍ତ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ପୁରୁଣାବସନ୍ତ ଗ୍ରାମରେ ।

ସୂଚନାମୁତାବକ ପୁରୁଣାବସନ୍ତ ଗ୍ରାମର ଦ୍ଵାରିକାନାଥ ଦାସ ନାମକ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତ ହୋଇଥିଲା ତେଣୁ ତାଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହଠାତ୍‌ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର କଟକରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟର ବିଷୟ ସ୍ୱାମୀଙ୍କର ମୃତ୍ୟୁ ଖବରକୁ ତାଙ୍କ ସ୍ତ୍ରୀ ଶାନ୍ତିଲତା ଦାସ ସହଜରେ ଗ୍ରହଣ କରି ପାରିନଥିଲେ । ଏବଂ ଘରେ ଥିବା ଅବସ୍ଥାରେ ତାଙ୍କର ମଧ୍ୟ ହୃଦଘାତ ହୋଇଥିଲା । ମହିଳାଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସ୍ବାମୀ ସ୍ତ୍ରୀଙ୍କ ମର ଶରୀରକୁ ପୁରୁଣାବସନ୍ତ ଗ୍ରାମକୁ ନିଆଯାଇ ଉଭୟଙ୍କର ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିଲା ଏଭଳି ଦୁଖଃଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ଅତି ଆପଣାର ସ୍ୱାମୀକୁ ହରାଇ କିପରି ବା ଏ ଦୁନିଆରେ ରହିଥାନ୍ତେ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏ ଦୁନିଆ ଛାଡ଼ିଲେ ମହିଳା । ସ୍ୱାମୀଙ୍କ ମୃତ୍ୟୁର କେଇ ଘଣ୍ଟା ଭିତରେ ଆରପାରିକୁ ଚାଲିଗଲେ । ପ୍ରେମ ଓ ନିସ୍ୱାର୍ଥପର ଭଲ ପାଇବାର ଉଦାହରଣ ହେଉଛନ୍ତି ଏ ସ୍ୱାମୀ ସ୍ତ୍ରୀ । ନିଜ ସ୍ୱାମୀକୁ ହରାଇବା ପରେ କାହା ପାଇଁ ବା ବଞ୍ଚିଥାନ୍ତେ । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ ଏବଂ ଶେଷରେ ପ୍ରାଣ ତ୍ୟାଗ କରି ସ୍ୱାମୀଙ୍କ ପାଖକୁ ଚାଲିଗଲେ । ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘରର ଦୁଇ ଦୁଇ ଜଣ ସଦସ୍ୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୁରା ପରିବାର । ଉପାୟ ଶୂନ୍ୟ ହୋଇ ପରିବାର ଲୋକ ବି ସେମାନଙ୍କ ଶେଷକୃତ୍ୟ କରିଛନ୍ତି ।

 

You might also like