ଫେବୃଆରୀରେ ବାହାଘର ମେ’ରେ ସ୍ବାମୀଙ୍କ ନାରେ ଏମିତି ଅଭିଯୋଗ ଆଣିଲେ ପତ୍ନୀ

ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ବାନ୍ଧି ହୋଇଥିଲେ ବିବାହା ବନ୍ଧନରେ। ହେଲେ ଏବେ ସନ୍ଦେହ ଘେରରେ ସ୍ବାମୀଙ୍କ ବ୍ଯବହାର,ଚାଳିଚଳନି । ମିଛ କହି ବିବାହ କରିଥିବା ନେଇ ସ୍ତ୍ରୀ କରିଛନ୍ତି ଅଭିଯୋଗ।

ଜୟପୁର(କେନ୍ୟୁଜ୍): ଫେବୃଆରୀରେ ବାହାଘର ଆଉ ମେ ମାସରେ ଥାନାରେ ଅଭିଯୋଗ । ସ୍ବାମୀ ଙ୍କ ନାରେ ମିଛ କହିଥିବା ନେଇ ଅଭିଯୋଗ ଆଣିଲେ ପତ୍ନୀ। କୁଆଡେ ସ୍ବାମୀ କହିଥିଲେ ସେ ନାଲକୋ ଫାଇନାନ୍ସରେ ଡେପୁଟି ଆକାଉଣ୍ଟ ମ୍ଯାନେଜର ଅଛନ୍ତି କିନ୍ତୁ ପ୍ରକୃତରେ ସେମିତି କିଛି ନାହିଁ। ମିଛ ପରିଚୟ ଦେଇ ସେ ବାହା ହୋଇଛନ୍ତି ଯାହାଫଳରେ ବର୍ତ୍ତମାନ ତାଙ୍କୁ ନ୍ଯାୟ ଦରକାର। ଏମିତି କିଛି କହି ଥାନାରେ ଅଭିଯୋଗ କରିଛନ୍ତି ଜଣେ OAS ଯୁବତୀ । ବାହାଘର ପୂର୍ବରୁ ନାଲକୋରେ ଚାକିରୀ କରୁଥିଲେ ବୋଲି କହି ବାହା ହୋଇଥିବା ବେଳେ ବର୍ତ୍ତମାନ ସୁଧା ଚାକିରିର କୌଣସି ଖୋଜଖବର ନାହିଁ । ଆଉ ପ୍ରମାଣ ଓ ପରିଚୟ ପତ୍ର ମାଗିଲେ ସ୍ୱାମୀ ପୁରା ନିରବ । ଆଉ ଏକଥା ହିଁ ସନ୍ଦେହ ଆଣିଥିବା କହିଛନ୍ତି ଅଭିଯୋଗକାରିଣୀ ।

ଏମିତିକି ସ୍ୱାମୀ ଘର ଆଗରେ ରାତିସାରା ଜଗିବା ପରେ ବାରମ୍ବାର କଲ କରିଥିଲେ ମଧ୍ଯ ସ୍ୱାମୀ ନଉଠାଇ ସ୍ବିଚ୍ ଅଫ୍ କରିଦେଇଥିଲେ ଫୋନ୍। ଆଧାର, ପାନ ଓ ଏମ୍ପ୍ଲଏ ଆଇଡି ମଧ୍ୟ ଜଣାପଡୁନଥିବାରୁ ଏନେଇ ଜୟପୁର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ୱାମୀ ଦିଲ୍ଲୀରେ କାର୍ଯ୍ଯ କରୁଥିବା କହୁଥିବା ବେଳେ ତଥ୍ଯ ପ୍ରମାଣ ଓ ପରିଚୟ ପତ୍ର ନଦେବା ଓ ପରେ ମୋବାଇଲ ବନ୍ଦ କରିବା ଆଦି କିଛି କଥା ଅଧିକ ସନ୍ଦେହ ସୃଷ୍ଟି କରୁଥିବାରୁ ନ୍ଯାୟ ପାଇଁ ଆଶା କରି ଥାନାର ଦ୍ବାରସ୍ତ ହୋଇଛନ୍ତି ଯୁବତୀ।

abhijog

ଏପଟେ ଏନେଇ ଜୟପୁର ଟାଉନଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପୁଅଘର ପରିବାର ସଦସ୍ଯଙ୍କୁ ଡକାଇ ପଚରାଉଚରା ଆରମ୍ଭ କରିଛି । ସେପଟେ ପୁଅ ବୋହୁ ମାଟ୍ରିମନି ଜରିଆରେ ବାହା ହୋଇଛନ୍ତି ବୋହୁ ର ଅଭିଯୋଗ ଅଧାସତ ଅଧାମିଛ ଏଣୁ ଆମେ କିଛି ଜାଣିନୁ ବାକି ତାଙ୍କ କଥା ସେମାନେ ଜାଣିଥିବେ କହି ଦୋଷ ଲଦି ଦେଇଛନ୍ତି ଶାଶୁ ଶ୍ବଶୁର ।

ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ବାନ୍ଧି ହୋଇଥିଲେ ବିବାହା ବନ୍ଧନରେ। ହେଲେ ଏବେ ସନ୍ଦେହ ଘେରରେ ସ୍ବାମୀଙ୍କ ବ୍ଯବହାର,ଚାଳିଚଳନି । ମିଛ କହି ବିବାହ କରିଥିବା ନେଇ ସ୍ତ୍ରୀ କରିଛନ୍ତି ଅଭିଯୋଗ। ଦେଖାଯାଉ କିଏ କହୁଛି ସତ? ଆଉ ପୋଲିସ୍ ଯୁବତୀଙ୍କ ଅଭିଯୋଗ ପରେ କି ପଦକ୍ଷପ ଗ୍ରହଣ କରୁଛି।