କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କରଞ୍ଜିଆ : କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାଯାଇଛି । କରଞ୍ଜିଆ ଥାନା ଅନ୍ତର୍ଗତ ୫୩ନମ୍ବର ରାଜ୍ୟ ରାଜପଥର କେନ୍ଦୁଜୁମୁଣ୍ଡି ଜଙ୍ଗଲ ନିକଟରେ ଘଟିଛି ଏପରି ଦୁଃଖଦ ଦୁର୍ଘଟଣା । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି । ଉତ୍ତେଜିତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।