ପରକୀୟା ପ୍ରୀତି ସନ୍ଦେହ : ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ମୃତ
କେନ୍ଦୁଝର: ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ବାମେବାରୀ ହାଣ୍ଡିଭଙ୍ଗା ଗାଁର ଏପରି ଅଭାବନୀୟ ଘଟଣା ଘଟିଛି । ପରକୀୟା ପ୍ରୀତି ସନ୍ଦେହରୁ ସ୍ତ୍ରୀକୁ ହତ୍ୟା କଲା ସଇତାନ ସ୍ବାମୀ । ସ୍ତ୍ରୀକୁ ତୀର ମାରି ହତ୍ୟା କରିଛି । ମୃତକ ହେଲେ ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚିନି ମୁଣ୍ଡା ।
ସୂଚନା ଅନୁଯାୟୀ, ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡ଼ା ଲାଗି ରହୁଥିଲା । ଗତକାଲି ବିଳମ୍ବିତ ରାତିରେ ଏନେଇ ତୀବ୍ର ଝଗଡ଼ା ହୋଇଥିଲା । ଶେଷରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ । ତୀରଟି ଚିନିଙ୍କ ଛାତିରେ ବାଜିଥିଲା । ସକାଳୁ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି ।