ରାଜଧାନୀରେ ଚାଞ୍ଚଲ୍ୟ: ଡମଣା ମଣ୍ଡପ ପରିସରରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ବସ୍ତିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ସାମ ମୁଣ୍ଡରି । ସେ ବିଏମସିର ସଫେଇ କାମ କରନ୍ତି । ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ସାମଙ୍କ ସ୍ତ୍ରୀକୁ ଅଟକ ରଖିଛି। ଏବେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଜଣା ପଡିନି।

Leave A Reply

Your email address will not be published.