ମାଲକାନଗିରି: ସ୍ତ୍ରୀ ର ଛୁରା ମାଡରେ ସ୍ୱାମୀ ମୃତ, ଘରୋଇ କଳହକୁ ନେଇ ହତ୍ୟା

ମାଲକାନଗିରି: ସ୍ତ୍ରୀ ର ଛୁରା ମାଡରେ ସ୍ୱାମୀ ମୃତ। ମାଲକାନଗିରି ବାଲିମେଳା ଥାନା ଆପନମଲା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ ନେଇ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କରିଛି ସ୍ତ୍ରୀ। ମୃତକ ଆନ୍ତୁ ମୁଦୁଲି। କୌଣସି କଥାକୁ ନେଇ ସ୍ୱାମୀ ଆନ୍ତୁ ମୁଦୁଲି ଓ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସ୍ତ୍ରୀ ଚନ୍ଦ୍ରମା ଉତ୍ୟକ୍ତ ହୋଇ ପଖରେ ଥିବା ଏକ ଛୁରୀରେ ଆନ୍ତୁଙ୍କୁ ଭୁଷି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ରମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।